ସୁବଳୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ
ବୀରମହାରାଜପୁର : ସୁବଳୟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ପଂଚାୟତ ଗ୍ରାମବାସୀ ଆଶା ଦିଦି , ଅଙ୍ଗନୱାଡ଼ି, ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର ସଭାନେତ୍ରୀ ମୀରା ବାରିକ ଓ ସମସ୍ତ ସି. ଆର. ପି ଙ୍କ ସହିତ ଏମ୍. ବି. କେ ବବିତା ରାଣୀ ମହାପାତ୍ର , ୱାର୍ଡ ମେମ୍ବର ମିଶି ପ୍ରାୟ 60 ଜଣ କର୍ମଶାଳା ରେ ଯୋଗଦାନ କରିଥିଲେ। ପ୍ରଥମେ ଆଦର୍ଶ ପଂଚାୟତ ପାଇଁ ତାଲିମ୍ ପ୍ରଦାନ ସକାଶେ ଆସିଥିବା ପ୍ରଶିକ୍ଷକ ମାନସ ରଞ୍ଜନ ଧଳ ବୌଦ୍ଧ ତଥା ବିପର୍ଯ୍ୟୟ ପରିଚାଳନା ର ଶ୍ରିକୃତି ପ୍ରାପ୍ତ ମାଷ୍ଟର ଟ୍ରେନର ମାନସ କୁମାର ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥଲେ। ସୁବଳୟା ଗ୍ରାମ ପଞ୍ଚାୟତ ଅଧୀନ ରେ ଗ୍ରାମ ପ୍ରାୟ ବନ୍ୟା ଜଳ ଦ୍ବାରା ପ୍ରଭାବିତ ହୋଇଥାନ୍ତି। ଏହାକୁ ଆଖି ଆଗରେ ରଖି ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ବାତ୍ୟା ପରେ କିପରି ଧନ ଜୀବନ ର ସୁରକ୍ଷା ପାଇଁ ସଚେତନ କରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ଜରୁୀକାଳୀନ ଅଧିକାରୀ, ବ୍ଲକ ପ୍ରଭୁତି ମଞ୍ଚାସିନ ହୋଇ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥଲେ l

