Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ସହ କଂଗ୍ରେସର ବୁଝାମଣାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୋଫିଆ;

ଭୁବନେଶ୍ଵର,୧୪।୩: ଆସନ୍ତା ୧୬ରେ ରାଜ୍ୟସଭା ନିର୍ବାଚନ। ୪ରାଜ୍ୟସଭା ଆସନ ଲାଗି ୫ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ବିଜେଡ଼ି ପକ୍ଷରୁ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ୱର ହୋତା ନାମାଙ୍କନ ଭରିଥିଲା ବେଳେ ବିଜେପି ଶ୍ରୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଅନ୍ୟପଟେ କ୍ରସ ଭୋଟିଂର ଆଶଙ୍କା ରଖି କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ହ୍ୱିପ ଜାରି କରାଯାଇଛି। ଦଳୀୟ ନେତା ମାନଙ୍କୁ ଏକାଠି କରିବାକୁ ସେପଟେ ନବୀନ ନିବାସରେ ଘନ ଘନ ବୈଠକ ବସିଥିଲା । ଅନ୍ୟପଟେ ନେତା ମାନଙ୍କୁ ଓଡ଼ିଶା ଛାଡି ନ ଯିବାକୁ ନିର୍ଦ୍ଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିଲା। ଏହାମଧ୍ୟରେ ହ୍ଵିପ ଜାରି ହୋଇଥିବା ସତ୍ତ୍ୱେ କଂଗ୍ରେସର ୮ ନେତା ବେଙ୍ଗାଳୁରୁ ଗସ୍ତରେ ଅଛନ୍ତି । ଏହି କଥାକୁ ନେଇ ଖୋଲା ଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ୍। ବିଜେଡି ସହ କଂଗ୍ରେସର ବୁଝବଣା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇନି। ବିଧାୟକମାନଙ୍କ ସହ ପୂର୍ବରୁ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା।

ସେ ଆହୁରି ମଧ୍ୟ କହିଛନ୍ତିଯେ, ନୂଆପଡ଼ା ଉପନିର୍ବାଚନକୁ ମୋତେ ବୈଠକକୁ ଡକାଯାଇ ନ ଥିଲା। ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡ଼ିଲେ ମୋତେ ଜଣାଉ ନାହାନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୋଫିଆ। ବିଜେଡିକୁ କଂଗ୍ରେସର ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ ବୋଲି ମଧ୍ୟ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ