ବୀରମହାରାଜପୁର ବାଳକ ହାଇସ୍କୁଲ ରେ ପରିବେଶ କ୍ଲବ ପକ୍ଷରୁ ପୁରସ୍କାର ବିତରଣୀ ଉତ୍ସବ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ପରିବେଶ କ୍ଲବ ତରଫରୁ ପୁରସ୍କାର ବିତରଣୀ ଉତ୍ସବ ପାଳନ କରାଯାଇଛି । ଶନିବାର ଏ ଉପଲକ୍ଷେ ଆୟୋଯିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ସଭାପତିତ୍ବ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଗରିକ ସଂଗଠନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଧେଶ୍ୟାମ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ରେ ଇକୋ କ୍ଲବ ର ଉପଯୋଗୀତା ସମ୍ପର୍କ ରେ ଆଲୋଚନା କରିଥିଲେ l ଏ ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ପରିବେଶ କ୍ଲବ ଦାୟିତ୍ଵ ରେ ଥିବା ଶିକ୍ଷୟିତ୍ରୀ ମଧୁମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ରମାନେ କାର୍ଯକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

