Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲେ ବାପ-ପୁଅ

ଭୁବନେଶ୍ଵର,୧୫।୩: ଖୋର୍ଦ୍ଧା ସାନପଦର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ବାପା ଓ ପୁଅ ଦୋକାନରେ ସୋଇଥିବା ଅବସ୍ଥାରେ ସଂପୂର୍ଣ୍ଣ ଭାବେ ଜଳି ଯାଇଛନ୍ତି । ମୃତକ ଦୁହେଁ ହେଉଛନ୍ତି ସାନପଦର ଗାଁର ରାଜେଶ କୁମାର ସାହୁ ଓ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁ ।

ସୂଚନା ଅନୁସାରେ, ସାନପଦର-ଦେଉଳି ରାସ୍ତାର ବିନ୍ଧ୍ୟଗିରି ପାହାଡ଼କୁ ଯିବା ରାସ୍ତାକଡ଼ରେ ବାପ-ପୁଅ ଏକ ଚା ଦୋକାନ କରିଥିଲେ । କାଲି ବିଳମ୍ବିତ ରାତିରେ ଦୋକାନରେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ଶୋଇଥିବା ଅବସ୍ଥାରେ ହିଁ ବାପ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ କିପରି ଆଉ କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ