ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ପଖାଳ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ପଖାଳ ଦିବସ ଆଜି ମଧ୍ୟାହ୍ନରେ ପାଳିତ ହୋଇଯାଇଛି। ଶୁକ୍ରବାର ଏ ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ତଥା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସଂଗଠନର ସମ୍ପାଦକ. ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ପ୍ରଯୋଜନା ରେ ଏହି ଦିବସ ପାଳିତ ହୋଇଥିଲା । କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ଡ. ପ୍ରଫୁଲ୍ଲ ରଥ, ଭଗବାନ ମିଶ୍ର, କୃଷ୍ଣଚନ୍ଦ୍ର ପାଢ଼ୀ , ଉପଦେଷ୍ଟା ସୌମିତ୍ରି ମେହେର , ଉପସଭାପତି ଦିଲ୍ଲିପ କୁମାର ତ୍ରିପାଠୀ ଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ସପରିବାର ଯୋଗଦାନ କରିଥିଲେ। ଏଥିରେ ସୋନପୁର , ସୁବଳୟା ତଥା ଖଣ୍ଡହତl ବରିଷ୍ଠ ନାଗରିକ ସଂଗଠନ ର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ I

