ବୀରମହାରାଜପୁର ନବମ ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ନବମ ଲୋକ ମହୋତ୍ସବର ଶନିବାର ଦ୍ବିତୀୟ ସଂଧ୍ୟାରେ ପହଞ୍ଚିଛି l ସ୍ଥାନୀୟ ବୀରମହାରାଜପୁର ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପlର୍ ଠେଲା , ଉପାଧ୍ୟକ୍ଷ ଝସକେତନ ବଘାର , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଙ୍କୁ ସଭାପତି ସମ୍ବର୍ଦ୍ଧିତ କରିଥିବାବେଳେ ଅନ୍ୟ ଅତିଥି ମାନଙ୍କୁ ଯଥାକ୍ରମେ ଅତିରିକ୍ତ ତହସିଲଦାର ବୀରମହାରାଜପୁରସ୍ବାଗତ କୁମାର ପଣ୍ଡା,
,ଏ ବି ଡି ଓ ପୁରୁଷୋତ୍ତମ ଧରୁଆ ,ଉଲୁଣ୍ଡା ବି ଡି ଓ ଦିଲ୍ଲିପ କୁମାର ବରା ସମ୍ବର୍ଦ୍ଧିତ କରିଥିଲେ। ଭୀମଭୋଇ କଳା ପରିଷଦ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।କିଶୋର ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଭୂଷଣ କୁମାର ପାତ୍ର ସ୍ୱାଗତ ଓ ହୃଷିକେଶ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଇପ୍ସିତା ପ୍ରିୟଦର୍ଶିନୀ ପାଢ଼ୀଙ୍କ ମାଲେଶ୍ରୀ ବନ୍ଦନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଦ୍ର ଭୈରବୀ କ୍ଲବ୍, ବାହୁବଳୀ ହନୁମାନ,ପଞ୍ଚବାଦ୍ୟ ସମ୍ବଲପୁର,ପଇଁରୀ, ସୋନପୁର, ଭୀମଭୋଇ କଳା ପରିଷଦ, ବୀରମହାରାଜପୁର, ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ, ବୀରମହାରାଜପୁର,ବି କେ ଏସ୍ ଏସ୍ ବୀରମହାରାଜପୁର ପ୍ରମୁଖ ଦଳ ଭାଗନେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ମୋନାଲିସା ନନ୍ଦ, ଅନ୍ଵେଷା ରଥ,ଉତ୍ତମ ଜଗଦଲା, କିଶୋର ମେହେର, ଦୁର୍ଗା ପ୍ରସାଦ ଜଗଦଲା ପ୍ରମୁଖ ସଂଗୀତ ପରିବେଷଣ କରିଥିବାବେଳେ ଗିରିଧାରୀ ହୋତା, ପ୍ରୀତିମୟୀ ମିଶ୍ର , ସତ୍ୟ ନାରାୟଣ ଦାସ୍ , ଐଶ୍ୱର୍ଯ୍ୟା ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ହଜାର ହଜାର ଦର୍ଶକ ସମସ୍ତ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

