Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୈତାନ ସାଜିଲା ସ୍ବାମୀ! ସନ୍ତାନସନ୍ତତି ଜନ୍ମ ନହେବାରୁ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା

ଦେବଗଡ଼ ୨୪।୦୩ : କୁହାଯାଏ ଏକ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ | ବିବାହ ପରେ ସେମାନେ ସାତ ଜନ୍ମ ପାଇଁ ସାଥି ହୋଇ ଯାଆନ୍ତି | ସେମାନଙ୍କର ସମ୍ପର୍କ ଜନ୍ମ ଜନ୍ମ ପାଇଁ ରହିଥାଏ | କିନ୍ତୁ ସେହି ସମ୍ପର୍କ ହଠାତ ମଳିନ ପଡ଼ିଯାଏ | ଯେଉଁଠି ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧାଇ ସ୍ୱାମୀଟି ସାତ ଜନ୍ମ ପାଇଁ ସାଥି କରିଥାଏ | ପୁଣି କେବେ ନୃଶଂଶ ଭାବେ ହତ୍ୟା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କଳଙ୍କ ଲଗାଇଥାଏ | ଏଭଳି କିଛି ଖବର ଆସଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ମହ୍ଲାରବାହାଳ ଗାଁରୁ | ଯେଉଁଠି ସ୍ୱାମୀ ସୈତାନ ସାଜି ସ୍ତ୍ରୀକୁ ନୃଶଂଶ ଭାବେ ଜାଳି ଦେଇଛି | ବିବାହରୁ କୌଣସି ସନ୍ତାନ ସନ୍ତତି ନ ହେବାରୁ ସ୍ତ୍ରୀକୁ ଜାଳି ଏଭଳି ହତ୍ୟାକାଣ୍ଡ ରଚାଇଛି ସ୍ୱାମୀ | ମୃତକ ମହିଳା ହେଉଛନ୍ତି ଲକ୍ଷ୍ମୀ ସାହୁ। ଏନେଇ ମହିଳାଙ୍କ ଭାଇ ମେଣ୍ଡିପାଲି ଗାଁର ମୁରଲୀ ସାହୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତ ସ୍ବାମୀ ଯଶୋବନ୍ତ ସାହୁକୁ ଅଟକ ରଖିଛି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସପି ଅନିଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଏସଡିପିଓ ରମେଶ ଚନ୍ଦ୍ର ମୋହାନା, ଫାଣ୍ଡି ଅଧିକାରୀ ବିଷ୍ଣୁପ୍ରିୟା ରଣା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ଅନୁଗୁଳରୁ ସାଇଣ୍ଟିଫିକ ଟିମ୍ ଆସି ଛାନଭିନ୍ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ।

ସୂଚନା ଅନୁଯାୟୀ, ମେଣ୍ଢିପାଲି ଗାଁର ଲକ୍ଷ୍ମୀଙ୍କୁ ଗତ ୨୬ ବର୍ଷ ତଳେ ଯଶୋବନ୍ତ ବିବାହ କରିଥିଲେ। ଦୀର୍ଘ ବର୍ଷର ବୈବାହିକ ଜୀବନରୁ ଦୁହିଁଙ୍କର କୌଣସି ସନ୍ତାନସନ୍ତତି ହୋଇ ନଥିଲା । ତେବେ ଲକ୍ଷ୍ମୀଙ୍କର କୌଣସି ପିଲାଛୁଆ ନ ହେବାରୁ ଯଶୋବନ୍ତ ୩ ବର୍ଷ ତଳେ ପୁଣିଥରେ ଦ୍ୱିତୀୟ ବିବାହ ପାଇଁ ମନ ବଳାଇଥିଲେ ଆଉ ବିବାହ କରିଥିଲେ ମଧ୍ୟ | ସେପଟେ ଯଶୋବନ୍ତର ନିର୍ଯାତନାରେ ଅତିଷ୍ଠ ହୋଇ ଦ୍ଵିତୀୟ ପତ୍ନୀ ଗୁରୁବାରୀ ମଧ୍ୟ କିଛି ମାସ ପରେ ଘରଛାଡି ବାପ ଘରକୁ ପଳାଇଥିଲେ। ତେବେ ଗତ ରବିବାର ରାତିରେ ଗାଁ ପୋଖରୀ ନିକଟ ଚାଷଜମିରେ କିଛି ଜଳୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ | ଧାନ ଅମଳ ପରେ ଚାଷ ଜମିରେ କେହି ନିଆଁ ଲଗାଇଥିବେ ବୋଲି ଭାବି ସେମାନେ ଘଟଣାକୁ ଏଡାଇ ଦେଇଥିଲେ | କିନ୍ତୁ ସୋମବାର ସକାଳେ କେତେଜଣ ଲୋକ ବିଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ନିକଟରେ ଥିବା ଫାଣ୍ଡିକୁ ସୂଚନା ଦେଇଥିଲେ । ପୋଲିସ୍ ତଦନ୍ତ କରିବା ପରେ ମହିଳାଙ୍କ ପରିଚୟ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ