Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚମହଲା ଏମ୍. ଇ. ସ୍କୁଲ୍ 1979. ସପ୍ତମ ଶ୍ରେଣୀ ବ୍ୟାଚ ର ଗୁରୁପୂଜନ କାର୍ଯ୍ୟକ୍ରମ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ଏମ. ଇ. ସ୍କୁଲ -୧୯୭୯ ସପ୍ତମ ଶ୍ରେଣୀ ବ୍ୟାଚ ର ଗୁରୁପୂଜନ ରବିବାର ସ୍ଥାନୀୟ ଏମ. ଇ. ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୫ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମାହାର, ଦାଶରଥି ନାୟକ, ଦେବେନ୍ଦ୍ର ପାଣ୍ଡିଆ ପ୍ରମୁଖ ଙ୍କୁ ଗୁରୁ ପୂଜନ କରାଯାଇଥିଲା। ପୂର୍ବତନ ଛାତ୍ର ତଥା ଉଲୁଣ୍ଡା କଲେଜ ର ପ୍ରିନସିପାଲ ଶ୍ରୀଯୁକ୍ତ ସରୋଜ କୁମାର ପାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରି ଗୁରୁଶିଷ୍ୟ ପରମ୍ପରା ର ଶୀର୍ଷକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ୟାମସୁନ୍ଦର ମିଶ୍ର , ଗୋବିନ୍ଦ ମେହେର , ଦେବେନ୍ଦ୍ର ପୁରୋହିତ, ସତ୍ୟନାରାୟଣ ଥାନାପତି, ଭକ୍ତିଗୀତା ମିଶ୍ର , ସଂଯୁକ୍ତା ମିଶ୍ର ଏବଂ ଉମେଶ ମେସୁଆ ପ୍ରମୁଖ ଯୋଗ ଦେଇ ଗୁରୁ ଙ୍କୁ ପୂଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ