Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଔଷଧିୟ ବୃକ୍ଷ ଉତ୍ତମ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ର ଠାରେ ଔଷଧୀୟ ବୃକ୍ଷ ସମ୍ବଧୀୟ ପ୍ରଶିକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ୱର ଠାରେ ଚାଲିଥିବା କେନ୍ଦ୍ରୀୟ ଅନୁଦାନ ଯୋଜନା ଅନ୍ତର୍ଗତ ଉଦ୍ୟାନ କୃଷି ବିକାଶ ମିଶନ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l ଉକ୍ତ ପ୍ରଶିକ୍ଷଣ ଶିବିର ର ମୁଖ୍ୟ ଗବେଷକ ପ୍ରଫେସର ସୁବାସ ଚନ୍ଦ୍ର ସ୍ୱାଇଁ ଜିଲ୍ଲା ରେ ଉଦ୍ଭିଦ ଚାଷ ର ସମ୍ଭାବନା ଏବଂ ଏହାର ଉତ୍ତମ ଚାଷ ପଦ୍ଧତି ଉପରେ ଆଲୋଚନା କରିଥିଲେ l ଗୁରୁବାର ସୋନପୁର କୃଷିବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ବିଶ୍ୱ ରଞ୍ଜନ ପଟ୍ଟନାୟକ ମାନବ ଜୀବନ ରେ ଔଷଧୀୟ ବୃକ୍ଷ ର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଲା ସ୍ତରୀୟ ଅଧିକାରୀ ଜଳ ବିଭାଜିକା ପବିତ୍ର ମୋହନ ନେଗୀ,ଲିଡ଼ ବ୍ୟାଙ୍କ ମେନେଜର କାର୍ତ୍ତିକେଶ୍ୱର ପଣ୍ଡା, ସହାୟକ ଉଦ୍ୟାନ ଶ୍ରୀମତୀ ସାଲାନି ଟୁଡୁ , ଔଷଧିୟ ବୃକ୍ଷ ର ବଜାର ମୂଲ୍ୟ, ଋଣ ର ସୁବିଧା ପ୍ରଭୁତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କୃଷି ବିଜ୍ଞାନ କେନ୍ଦ୍ରର ସହକାରୀ ପ୍ରୋଗ୍ରାମ ଅଫିସର ପ୍ରିୟଦର୍ଶିନୀ ଲୋପାମୁଦ୍ରା ରାଏ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ