ଶ୍ରୀ ରାମ ନବମୀ ଉପଲକ୍ଷେ ଭଦ୍ରକରେ ବିଶାଳ ଶୋଭାଯାତ୍ରା!
ଆଜି ପବିତ୍ର ରାମ ନବମୀ ଅବସରରେ ମନ୍ଦିର ଗୁଡିକରେ ଭକ୍ତମାନଙ୍କ ପ୍ରବଳ ଭୀଡ଼ ଦେଖିବାକୁ ମିଳିଛି । ଏନେଇ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଓ ଭକ୍ତମାନେ “ଜୟ ଶ୍ରୀରାମ” ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଦେଇଛନ୍ତି । ବଡ଼ ସଂଖ୍ୟାରେ ଯୁବକ, ମହିଳା ଓ ବୃଦ୍ଧମାନେ ଏହି ରାଲିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି ।
ଭଦ୍ରକ ଜିଲ୍ଲା ରେ ମଧ୍ୟ ଧୁମଧାମରେ ପାଳନ ହୋଇଛି ରାମ ନବମୀ ପର୍ବ । ଏହି ଅବସରରେ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଛି । ଯେଉଁଥିରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କିନ୍ତୁ ଏଥରର ଶୋଭାଯାତ୍ରା ଟିକେ ଭିନ୍ନ ରହିଛି । ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ବ୍ୟବହାର ଉପରେ କଟକଣା ଲଗାଯାଇଛି | ଶବ୍ଦ ପ୍ରଦୂଷଣ ଏବଂ ଭକ୍ତଙ୍କ ସୁରକ୍ଷା ନିମନ୍ତେ ପ୍ରମୁଖ ଡିଜେର ବ୍ୟବହାରକୁ ବାରଣ ହୋଇଛି | ପୋଲିସ କତୃପକ୍ଷଙ୍କ ତରଫରୁ ଏହି ନିଷ୍ପତିଟି ନିଆଯାଇଛି । ତଥାପି, DJ ନଥିଲେ ମଧ୍ୟ ଭକ୍ତମାନଙ୍କ ଉତ୍ସାହ କମିନାହିଁ । ଭଜନ କୀର୍ତ୍ତନରେ ଶୋଭାଯାତ୍ରା ଆଗକୁ ବଢ଼ୁଛି ।

