Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମ୍ ଙ୍କ ପ୍ରତିନିଧି ମନୋନୀତ ହେଲେ ଶଙ୍କର ପଟ୍ଟନାୟକ

ପଟ୍ଟାଙ୍ଗି୨୮/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମ୍ ଙ୍କ ପ୍ରତିନିଧି ଭାବେ ଶଙ୍କର ପ୍ରସାଦ ପଟ୍ଟନାୟକ ଙ୍କୁ ବିଧାୟକ କାଡାମ୍ ମନୋନୀତ କରିଥିବା ବେଳେ ଏହାକୁ ନେଇ ବ୍ଲକ୍ ପ୍ରଶାସନ କୁ ଚିଠି ନଂ ୧୧୦/CLP/୨୬ ପ୍ରକାରେ ଅବଗତ କରାଯାଇଛି । ସୂଚନା ମୁତାବକ ବିଧାୟକ କାଡାମ୍ ନିର୍ବାଚିତ ହେବା ପରେ ପ୍ରାୟ ୦୨ ବର୍ଷ ପରେ ହଟାତ୍ ନିଜ ପ୍ରତିନିଧି ସ୍ତରରେ ଅଦଳବଦଳ କରି ଥିବାବେଳେ ଜଣେ କମ୍ ବୟସ ତଥା ସାଙ୍ଗଠନିକ ଦକ୍ଷତା କୁ ଦୃଷ୍ଟିରେ ରଖି ସ୍ୱର୍ଗତ ବିଜୟ ପଟ୍ଟନାୟକ ଙ୍କ ପୁଅ ଶଙ୍କର ପ୍ରସାଦ ପଟ୍ଟନାୟକ ଙ୍କୁ ନିଜର ପ୍ରତିନିଧି ଭାବେ ମନୋନୀତ କରିଥିବା ରୁ ଦଳର ଯୁବ ସଙ୍ଗଠନ କ୍ଷେତ୍ରରେ ଉତ୍ସାହିତ ଦେଖିବା କୁ ମିଳିଛି । ସେପଟେ ଏହିପରି ବିଧାୟକ କାଡାମ୍ ହଟାତ୍ ନିଜ ପ୍ରତିନିଧି କୁ ବଦଳାଇବା ଦୃଶ୍ୟ ଦଳରେ ବରିଷ୍ଠ ଙ୍କ ଠାରୁ ଆରମ୍ଭ କରି କନିଷ୍ଠ କର୍ମୀ ଙ୍କ କ୍ଷେତ୍ରରେ ଆଲୋଚନା ସୃଷ୍ଟି କରିଛି । ଅନ୍ୟପକ୍ଷରେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ରୁ ବିଧାୟକ କାଡାମ୍ wad ସ୍ତରରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ୍ ସ୍ତରରେ କିପରି ଦଳ ସୁଦୃଢ଼ ହୋଇ ପାରିବ ଏବଂ ଅଧିକ ରୁ ଅଧିକ ଯୁବ ସମାଜ କିପରି ଯୋଡ଼ି ହୋଇ ପାରିବ ଏହାକୁ ଦୃଷ୍ଟିରେ ରଖି ବିଧାୟକ କାଡାମ୍ ଏହିପରି ପଦକ୍ଷେପ ନେଇ ଥାଇ ପାରନ୍ତି ବୋଲି କର୍ମୀ ଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରିଛି । ଶଙ୍କର ପ୍ରସାଦ ପଟ୍ଟନାୟକ ବିଧାୟକ କାଡାମ୍ ଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବାରୁ ତାଙ୍କ ପାଖକୁ ବର୍ତ୍ତମାନ ଶୁଭେଚ୍ଛା ର ବାର୍ତ୍ତା ଛୁଟିବା ରେ ଲାଗିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ