Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପାଲି ସ୍କୁଲ ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଦାବିପତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ବାଗବର ପଞ୍ଚାୟତର କେନ୍ଦୁପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ସ୍କୁଲ ପରିଚାଳନା କମିଟୀ ଓ ମୋ ସ୍କୁଲ ଅଭିଯାନ କମିଟୀ । ଉକ୍ତ ସ୍କୁଲଟି ଅଞ୍ଚଳର ଏକ ପ୍ରତିଷ୍ଠିତ ଓ ପୁରାତନ ସ୍କୁଲ ରହିଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉକ୍ତ ସ୍କୁକରେ ୪୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପିଲାଙ୍କୁ ପଢାଇବା ପାଇଁ ଜଣେ ପ୍ରଧାନ ଶିକ୍ଷକ ଙ୍କ ସମେତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୯ଜଣ ଓ ହାଇସ୍କୁଲ ପାଇଁ ୨ଜଣ ହିସାବରେ ସର୍ବମୋଟ୧୨ଜଣ ଶିକ୍ଷକ ରହିଛନ୍ତି। ସ୍କୁଲରେ ପୂର୍ବରୁ ଥିବା କିଛି ସମସ୍ୟା କୁ ନେଇ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଓ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କୁ ସ୍କୁଲ ପରିଚାଳନା କମିଟୀ ଦୃଷ୍ଟି ଆକର୍ଷଣ କରିଥିଲେ।ବିଶେଷ କରି ସ୍କୁଲରେ ଛାତ୍ରୀମାନଙ୍କ ସଂଖ୍ୟା କୁ ଦେଖି ବାଳିକା ସୌଚାଳୟର ଆବଶ୍ୟକ ଥିବାରୁ ବ୍ଲକ ଉପାଧ୍ୟକ୍ଷ ବାଳିକା ଙ୍କ ପାଇଁ ଏକ ସୌଚାଳୟ ର ବ୍ୟବସ୍ଥା କରିଛନ୍ତି। ସ୍କୁଲ ପରିଚାଳନା କମିଟୀ ତରଫରୁ ବ୍ଲକ ଉପାଧ୍ୟକ୍ଷ ଙ୍କୁ ସ୍କୁଲ କୁ ନିମନ୍ତ୍ରଣ କରାଯାଇଥିଲା। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଲୁହା ଶନିବାର ପୂର୍ବାହ୍ନରେ ସ୍କୁଲ କୁ ପରିଦର୍ଶନ ରେ ଯାଇଥିଲେ।ଏନେଇ ସ୍କୁଲ ପରିଚାଳନା କମିଟୀ ତାଙ୍କୁ ସ୍କୁଲର ବିଭିନ୍ନ ସମସ୍ୟା କୁ ଦୃଷ୍ଟି ଆକର୍ଷଣ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀ ମୁତାବକ ଦୁଇ ମହଲା ବିଶିଷ୍ଟ କୋଠାଘର ର ସୁରକ୍ଷା ପାଇଁ ଉପରେ ଆଜବେଷ୍ଟ ଛାଉଣି କରିବାକୁ ଦାବୀ କରାଯାଇଛି ।ଏହା ସହିତ ବାଳକମାନଙ୍କ ପାଇଁ ନୂତନ ସୌଚାଳୟ ନିର୍ମାଣ, ନୂତନ ଶ୍ରେଣୀ ଗୃହ ନିର୍ମାଣ, ବିଦ୍ୟାଳୟ ର ପାଚେରି ନିର୍ମାଣ ଆଦି କରିବାକୁ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି। ଯାଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଉପାଧ୍ୟକ୍ଷ ଶ୍ରୀ ଲୁହା ଗ୍ରାମବାସୀ ଙ୍କୁ ପ୍ରତିସୃତି ପ୍ରଦାନ କରିଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ସ୍କୁଲ ପରିଚାଳନା କମିଟୀ ସଭାପତି ଧର୍ମେନ୍ଦ୍ର ମେହେର ଙ୍କ ସହିତ ସମସ୍ତ ସଭ୍ଯ ସଭ୍ୟା ମୋ ସ୍କୁଲ ଅଭିଯାନ କମିଟୀର ସଦସ୍ୟ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ