Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ପି ଏମ୍ ଶ୍ରୀ ହାଇ ସ୍କୁଲ ର ନା ବାଳକ ଛାତ୍ର କୁ ମାଡ଼ମାରି ଭିଡିଓ ଭାଇରାଲ୍ କରିଥିବା ଘଟଣା ଥାନାରେ ଏତଲା

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପିଏମଶ୍ରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରକୁ ନିସ୍ତୁକ ମାଡ଼ ମାରିଥିବା ଖବର ଭିଡିଓ ଭାଇରାଲ କରାଯାଇଥିଲା । ଭାଇରାଲ ଭିଡିଓରେ ଏଥର ବଂଚିଗଲୁ ଆଗକୁ ଉପରକୁ ପଠାଇ ଦେବୁ ବୋଲି ଧମକପୂର୍ଣ୍ଣ ବାର୍ତା ରହିଥିଲା । ଏହି ଘଟଣାରେ ୬ ଜଣ ନାବାଳକ ଛାତ୍ରଙ୍କୁ ଉଲୁଣ୍ଡା ପୁଲିସ ଅଟକ ରଖି କିଶୋର ନ୍ୟାୟ ପରିଷଦରେ ଶନିବାର ଉପସ୍ଥାପନ କରିଥିବା ଜଣାପଡିଛି । ସୁଚନା ଅନୁସାରେ ଗତ ୨୪ ତାରିଖ ଉଲୁଣ୍ଡା ପିଏମଶ୍ରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଚାଲିଥିଲା । ଅପରାହ୍ନ ସମୟରେ ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦୁଇଜଣ ଛାତ୍ର ନିକଟ ଛାତ୍ରାବାସର ପଛପଟକୁ ଡାକିନେଇଥିଲେ । ପରେ ସଂପୃକ୍ତ ଛାତ୍ରଙ୍କୁ ଅନ୍ୟ ୬ ଜଣ ଛାତ୍ର ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଉଲୁଣ୍ଡା ପିଏମଶ୍ରୀ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ର ଏବଂ ଅନ୍ୟ ବିଦ୍ୟାଳୟର ୩ ଜଣ ଛାତ୍ର ଆକ୍ରମଣରେ ସାମିଲ ହୋଇଥିଲେ । ଖାଲି ଏତିକି ନୁହେଁ ନିସ୍ତୁକ ମାଡ଼ ମାରିବା ଶହ ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଭିଡିଓଟି ଭାଇରାଲ ହେବାପରେ ଛାତ୍ରଙ୍କ ବାପା ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ୫୪/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣ କରିଥିବା ସମସ୍ତ ନାବାଳକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସମସ୍ତଙ୍କୁ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଯାଇଥିବା ବେଳେ କିଶୋର ନ୍ୟାୟ ପରିଷଦ ନ୍ୟାୟଧିଶ ନାବାଳକ ମାନଙ୍କୁ ଛାଡି ଦେଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ