Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକରାପଡ଼ା ର ବୁଣାକାର ବିନାୟକ ମେହେର ଉତ୍କଲ ଦିବସ ପାଇଁ ସ୍ଵତନ୍ତ୍ର ସମ୍ବଲପୁରୀ ଶାଢ଼ି ପ୍ରସ୍ତୁତ କରିଛନ୍ତି ଉତ୍କଲ କିରତି ନାମରେ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ର ସୁବଳୟା ପଞ୍ଚାୟତ ଟିକ୍ରାପଡ଼ା ଗ୍ରାମର ବିନାୟକ ମେହେର ଉତ୍କଳ ଦିବସ ପାଇଁ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ୀ ବାନ୍ଧ କାମରେ “ଉତ୍କଳ କୀରତି” ଦୀର୍ଘ ଦେଢ଼ ମାସ କଠିନ ପରିଶ୍ରମ କରି ସଫଳ ହୋଇଛନ୍ତି l ହେଲେ ଏ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ସହିତ ଶାଢୀରେ ଅନେକ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଆଙ୍କି ଥିବାର ଦେଖିବା ପାଇଁ ମିଳିଛି । ଆଙ୍କିଥିବା ବାନ୍ଧ କଳା ମଧ୍ୟରେ ବଡଦେଉଳ ପୁରୀ ଜଗନ୍ନାଥ ମନ୍ଦିର , ଲିଙ୍ଗରାଜ ମନ୍ଦିର , ବିରଜା ମନ୍ଦିର , କୋଣାର୍କ ଚକ୍ର , ଉଦୟଗିରି , ଧଉଳି ପାହାଡ଼ , ଖଣ୍ଡଗିରି , ଘୁମରା ଲୋକାନୃତ୍ୟ , ବାରବାଟୀ ଦୁର୍ଗ ଓ ପାଇକ ଲଢେଇ ଇତ୍ୟାଦି ଶାଢୀରେ ସ୍ଥାନ ଦେଇ ତିଆରି କରିବା ପାଇଁ ପ୍ରାୟ ଦେଢମାସ ସମୟ ଲାଗିଥିଲା l ଶାଡୀ ତିଆରି କରିଥିବା ବିନାୟକ ମେହେର ଗତ ସରକାରରେ ୨୦୧୭ ମସିହାରେ ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ପାଇଥିବା ଜଣାଯାଇଛି l ଏହି ବର୍ଷିଆନ ଶାଢ଼ୀ ବୁଣାକାରଙ୍କୁ ଅଞ୍ଚଳରେ ବିଭିନ୍ନ ସ୍ତରରୁ କୃତଜ୍ଞତା ଜଣାଉଥିବା ଜଣାଯାଏ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ