Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ଆର୍ଥିକ ବର୍ଷର ଆରମ୍ଭରେ ବଦଳିଛି ଏକାଧିକ ନିୟମ!

ନୂଆଦିଲ୍ଲୀ,୧ |୪: ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ । ଆଜିଠାରୁ ବଦଳିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିୟମ । ଯାହା ସମଗ୍ର ଦେଶବାସୀଙ୍କ ଉପରେ ପ୍ରଭାବ ପକାଇବ | ତେବେ କେଉଁ ନିୟମ ସବୁ ବଦଳିଲା ଆସନ୍ତୁ ଜାଣିବା ତାହା ବିଷୟରେ……

୧. ବଦଳିଲା ଏଟିଏମ ନିୟମ

ଆଜିଠାରୁ ATM ନିୟମରେ ହୋଇଛି ପରିବର୍ତ୍ତନ । ଏଣିକି ବିଭିନ୍ନ ବ୍ୟାଙ୍କର ATMର ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ବଦଳିଛି । ବିଭିନ୍ନ ବ୍ୟାଙ୍କ ପାଇଁ ଭିନ୍ନ ଭିନ୍ନ ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ରହିଛି | ତେବେ HDFC ବ୍ୟାଙ୍କର ATM କାର୍ଡ଼ରେ କେବଳ ୫ଟି ଟ୍ରାଞ୍ଜାକ୍ସନ ଫ୍ରି ଲାଭ ଉଠାଇପାରିବେ ଗ୍ରାହକ । ଏବଂ ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ ଶେଷ ହୋଇଯିବା ପରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୨୩ ଟଙ୍କା ଚାର୍ଜ ପଡ଼ିବ । ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବିଭିନ୍ନ କାର୍ଡ଼ରେ ପ୍ରତିଦିନ ୧ ଲକ୍ଷ ଜାଗାରେ ମାତ୍ର ୫୦ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ ।

୨. ବଦଳିଛି ଆୟକର ବିଭାଗର ନିୟମ

ଆଜିଠୁ ଆୟକର ବିଭାଗ ପକ୍ଷରୁ ଲାଗୁ ହୋଇଛି ନୂଆ ଇନକମ୍ ଟ୍ୟାକ୍ସ ନି୍ୟମ -୨୦୨୫। ଯାହା ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ସ୍ଥାନରେ ବ୍ୟବହାର ହେବ । HRA , ଆଲାଉନ୍ସ ଏବଂ ଟ୍ୟାକ୍ସ ସିଷ୍ଟମରେ ହୋଇଛି ପରିବର୍ତ୍ତନ ।

ଏହାସହିତ ସେୟାର ବଜାରରେ ଅଧିକ ଟ୍ୟାକ୍ସ ଲାଗିବ। ଯଦି ଆପଣ F&O ଟ୍ରେଡିଂ କରୁଛନ୍ତି ତାହେଲେ ଏପ୍ରିଲ ୧ରୁ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସି ବା STT ପୂର୍ବ ଅପେକ୍ଷା ଅଧିକ ଦେବାକୁ ପଡ଼ିବ । ଆଜିଠାରୁ ଫାସ୍ ଟ୍ୟାଗ୍ ପାଇଁ ବାର୍ଷିକ ଦେୟ ନାଧ୍ୟ ବଢ଼ିଛି । ପୂର୍ବରୁ ୨ଶହ ଟ୍ରିପ୍ ପାଇଁ ୩ହଜାର ଟଙ୍କା ଦେବାକୁ ପଡ଼ୁଥିଲା । ନୂଆ ନିୟମ ଲାଗୁ ହେବା ପରେ ଆଜିଠୁ ଫାସଟ୍ୟାଗର ବାର୍ଷିକ ଦେୟ ୩୦୭୫ ଟଙ୍କା ଦେବାକୁ ପଡ଼ିବ ।

୩. ପାନ୍ କାର୍ଡରେ ମଧ୍ୟ ପରିବର୍ତ୍ତନ

ପାନକାର୍ଡ଼କୁ ନେଇ ମଧ୍ୟ ବଦଳିଛି ନିୟମ | ଯଦି କେହି ବ୍ୟକ୍ତି ବର୍ଷକୁ ୧୦ଲକ୍ଷ ଟଙ୍କା ନଗଦ ଜମା କରୁଛନ୍ତି , ୫ଲକ୍ଷ ଟଙ୍କାର ଯାନବାହାନ କିଣୁଛନ୍ତି , ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ୧ଲକ୍ଷ ଟଙ୍କାର ବିଲ୍ ପେମେଣ୍ଟ ଏବଂ ୨୦ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି କିଣିଲେ ଆପଣଙ୍କୁ ପାନ୍ କାର୍ଡ଼ ଦେଖାଇବାକୁ ପଡ଼ିବ ।

୪. ନୂଆ ଲେବର୍ କୋଡ୍

ସେହିପରି ଆଜିଠାରୁ ହେବ ନୂଆ ଲେବର କୋଡ୍ କାର୍ଯ୍ୟକ୍ଷମ ହେବ | ଏମିତିରେ ପିଏଫ୍ କଣ୍ଟ୍ରିବ୍ୟୁସନ ବଢ଼ିପାରେ । ଏହାସହିତ ଆପଣଙ୍କ ଟେକ ହୋମ୍ ସାଲାରି କମିପାରେ ।

୫. ବଢ଼ିଲା ଏଲପିଜି ଦର

ଆଜିଠାରୁ ଅର୍ଥାତ ଏପ୍ରିଲ ୧ ତାରିଖରୁ ଦେଶରେ LPG ସିଲିଣ୍ଡରର ଦର ବୃଦ୍ଧି ପାଇଛି । ଏମିତିରେ ରେଲଓ୍ବେ ଟିକେଟ୍ ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି । ଟିକେଟ୍ କ୍ୟାନସଲକୁ ନେଇ ବଦଳିଛି ନିୟମ | ୭୨ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନସଲ କଲେ ୭୫ ପ୍ରତିଶତ, ୮ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନସଲ କଲେ ୫୦% ପ୍ରତିଶତ ରିଫଣ୍ଡ ମିଳିବ । ପୂର୍ବ ନିୟମ ୪ଘଣ୍ଟା ଜାଗାରେ ଏବେ ଟ୍ରେନ୍ ଛାଡ଼ିବାର ୮ଘଣ୍ଟା ପୂର୍ବରୁ ଯାତ୍ରୀ ଟିକେଟ୍ କ୍ୟାନସଲ କରିପାରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ