Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

75 ବର୍ଷ ପ୍ଲାଟିନମ୍ ଜୁବଲି ରେ ପଦାର୍ପଣ କଲା କୋଟସମଲାଇ ବାହାରିପଡ଼l ଶ୍ରୀ ରାମ ଲୀଳା ମହୋତ୍ସବ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପ୍ରସିଦ୍ଧ କୋଟସମଲାଇ ବାହାରିପଡା ରଘୁନାଥ ମନ୍ଦିର ନିକଟରେ ଶ୍ରୀ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ ତରଫରୁ ଚଳିତ ବର୍ଷ ୭୫ବର୍ଷ ପ୍ଳାଟିନମ ଜୁବଲି ପୂର୍ତ୍ତି ଅବସରରେ ଶ୍ରୀରାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ୧୯୫୧ ମସିହାରୁ ସ୍ଵାଧୀନତା ର ଠିକ ୪ବର୍ଷ ପରଠାରୁ ନିରବଚ୍ଛିନ୍ନ ଭାବେ ଏହି ରାମଲୀଳା ଉତ୍ସବ ଅନୁଷ୍ଠିତ ହେଉଅଛି।ଏହା ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ଠାରୁ ଆରମ୍ଭ ହୋଇ ୧୮ଦିନ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇଆସୁଅଛି।ପ୍ରଥମେ ମନ୍ଦିରରୁ ନାଟ ମଣ୍ଡପକୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣ , ଭରତ , ସୀତା ଓ ହନୁମାନଙ୍କୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା।ଶ୍ରୀରାମ ଜନ୍ମ , ଧନୁ ଭଗ୍ନ, ସୀତା ବିବାହ ,ରାମ ବନବାସ ଭଳି ମହାନ ପୈରାଣିକ ନାଟକ ହୋଇଛି। ଆଜି ରାମ ବନବାସ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଏଥିରେ ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ ନେପାଳ ସେଠୀ,ସୀତା ବୃଷଭ କର୍ଣ୍ଣ ,ଦଶରଥ ନରେନ୍ଦ୍ର ବାଘ , ଭରତ ସୁରେଶ ଅମାତ, ଶତ୍ରୁଘ୍ନ ସଦାନନ୍ଦ ମନ୍ତ୍ରା ଆଦିଙ୍କ ଅଭିନୟ ଉଚ୍ଚକୋଟିର ଥିଲା । ବାଦ୍ୟଯନ୍ତ୍ରରେ ଜାନକୀରାମ ଦେହେରୀ , ଚମରା ସେଠୀ, ପୂର୍ଣ୍ଣଚନ୍ଦ୍ର ପାଢୀ , ପଞ୍ଚାନନ ମନ୍ତ୍ରା, ଭିକାରୀ ସେଠୀ, ମନୋରଞ୍ଜନ ପାଢୀ ସହଯୋଗ କରିଥିଲେ। ପ୍ରଭୁ ଶ୍ରୀରାମ ଙ୍କ ପ୍ରଭୁକୃପା ପାଇଁ ଶହଶହ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ବିଲମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନାଟକ ମନଭୋରି ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories