Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ଗଣିତ ଅଲମ୍ପିଆଡ ରେ ସପ୍ତମ ଶ୍ରେଣୀ ଛାତ୍ରୀ ବିଦୁସମୟି ନାଏକ ଙ୍କୁ ସ୍ଵର୍ଣ୍ଣ ପଦକ

ବୀରମହାରାଜପୁର : ସୁବର୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳ ର ଛାତ୍ରୀ ଆନ୍ତର୍ଜାତୀୟ ଗଣିତ ଅଳମ୍ପିଆଡ଼ ରେ ସ୍ବର୍ଣ୍ଣ ପଦକ ହାସଲ କରି କୃତିତ୍ୱ ଅର୍ଜନ କରିଛନ୍ତି l ସୂଚନା ଅନୁସାରେ ଆନ୍ତର୍ଜାତୀୟ ଗଣିତ ଅଳମ୍ପିଆଡ଼ ପ୍ରତିଯୋଗିତା 2025-26 ରେ ସୁବର୍ଣ୍ଣପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ର 7ମ ଶ୍ରେଣୀ ର ଛାତ୍ରି ବିଦୁସମୟୀ ନାଏକ ଭାଗ ନେଇ ସ୍ଵର୍ଣ ପଦକ ହାସଲ କରିଛନ୍ତି l ସେ ଭାଗନେଇ ମୋଟ 94.03 ପ୍ରତିଶତ ନମ୍ବର ରଖି ସ୍ଵର୍ଣ ପଦକ ହାସଲ କରିଥିଲେ l ତାଙ୍କର ଏହି ସଫାଳତା ରେ ବାପା ଶିକ୍ଷକ ସଦାନନ୍ଦ ନାଏକ ଓ ମା ବବିତା ଦେହୁରୀ ଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ, ଜ୍ଞାତି କୁଟୁମ୍ବ ଶୁଭେଚ୍ଛା ଜ୍ଞାପନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories