Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ଛାତ୍ରୀ ଆବୃତ୍ତି ସେଠୀ ବ୍ରୋଞ୍ଚ୍ ପଦକ ହାସଲ କଲେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ଛlତ୍ରୀ ଜାତୀୟ ସ୍ତରୀୟ ଅସ୍ମିତା ଖେଳ ଇଣ୍ଡିଆ ପ୍ରତିଯୋଗିତା ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଜଣାଯାଇଛି l ସୂଚନା ଅନୁଶାରେ ସୁବର୍ଣ୍ଣପୁର ପଞ୍ଚାକ ସିଲଟ ସଙ୍ଘ ତରଫରୁ ଛlତ୍ରୀ ଆବୃତ୍ତି ସେଠି ଗୁଜୁରାଟ ର ଯୁଗ ପୁରୁଷ ସ୍ପୋର୍ଟ୍ସ କଂପ୍ଲେକ୍ସ ଆନନ୍ଦ ଠାରେ ଆୟୋଜିତ ଅସ୍ମିତା ଖେଳ ଇଣ୍ଡିଆ ପ୍ରତିଯୋଗିତା ରେ ଜୁନିୟର ବିଭାଗ ର ଓପନ କ୍ୱେଟାଗୋରି ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ଲlତୁରପେଟ ବାସିନ୍ଦା ଶିକ୍ଷକ ରାଧାକାନ୍ତ ସେଠି ଙ୍କ ଏକ ମାତ୍ର କନ୍ୟା ଆବୃତ୍ତି ସେଠି ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଛାତ୍ରୀ ଜଣକ କୋଚ କୃତିବାସ ଶତପଥୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବୀରମହାରାଜପୁର ବୁଦ୍ଧିଜୀବୀ , ଶିକ୍ଷକ ଏବଂ ସୁବର୍ଣ୍ଣପୁର ପଞ୍ଚାକ ସିଲଟ ସଂଘ କର୍ମକର୍ତ୍ତା ଶୁଭେଚ୍ଛା ଜ୍ଞାପନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ