ବିଜେପି ତରଫରୁ ଦଳୀୟ ପ୍ରତିଷ୍ଠା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ଦଳ ର ପ୍ରତିଷ୍ଠା ଦିବସ କୁ କିପରି ପାଳନ କରାଯିବ ସେ ନେଇ ଦଳ ର ଜିଲ୍ଲା ସଭାପତି ସୂଚନା ଦେଇଥିଲେ l ଜିଲ୍ଲା ସଭାପତି ବେଣୁଧର ଦାସ, ଜିଲ୍ଲା ଉପସଭାପତି ସତ୍ୟବ୍ରତ ମିଶ୍ର, ଶରତ ମିଶ୍ର, ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସୁମନ୍ତ କୁମାର ଜଗଦଲା, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ପ୍ରମୁଖ ଙ୍କ ଉପସ୍ଥିତ ରେ ସୋମବାର ହେବାକୁ ଥିବା ବିଜେପି ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ଥିରୀକୃତ ହୋଇଥିଲା I ଏ ଅବସରରେ ବୀରମହାରାଜପୁର ବିଧାୟକ ଙ୍କୁ କମିରା ଛକ ରୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ପ୍ରଥମେ ସୁବଳୟା ଠାରେ ସୁବଳୟା ମଣ୍ଡଳ ତରଫରୁ ପ୍ରତିଷ୍ଠା ଦିବସ ରେ ଯୋଗ ଦେବେ l ପରେ ବୀରମହାରାଜପୁର ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ରେ ଯୋଗ ଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅପରାହ୍ନ ରେ ଜିଲ୍ଲା କାର୍ଯ୍ୟାଳୟ ରେ ଦଳୀୟ ପ୍ରତିଷ୍ଠା ଦିବସ ରେ ଜୋଗ ଦେବେ l

