Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିଧାୟକ ରଘୁନାଥ ଜଗଦଲl ଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ଭାବେ ରାଜ୍ୟ ସରକାର ବୀରମହାରାଜପୁର ବିଧାୟକ ଙ୍କୁ ନିଯୁକ୍ତ କରିବା ପରେ ସୋମବାର ଦଳ ପକ୍ଷରୁ ଉତ୍ସାହିତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା l ଆଜି ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ଜଗଦଳା ଭୁବନେଶ୍ୱର ରୁ ନିର୍ବାଚନ ମଣ୍ଡଳୀ କୁ ଆସିବ ପରେ କମିରା ଛକ ଠାରେ ସମ୍ବର୍ଧନା ପ୍ରଦାନ କରାଯାଇଥିଲା l କମିରା ସରପଞ୍ଚ ଅନୁସୂୟା ପଧାନ, ମଣ୍ଡଳ ସଭାପତି ଅଶୋକ ସାହୁ, ସପନ ପଧାନ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ସମ୍ବର୍ଧନା କରିବା ସହ ଏକ ବିରାଟ ଶୋଭାଯାତ୍ରା ରେ ବୀରମହାରାଜପୁର ମୈତ୍ରୀ ସଦନ ପର୍ଯ୍ୟନ୍ତ ପାଛୋଟି ଆଣି ଥିଲେ l ଏ ନେଇ ମୈତ୍ରୀ ସଦନ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଦଳୀୟ ଜିଲ୍ଲା ସଭାପତି ବେଣୁଧର ଦାସ ଙ୍କ ଅଧକ୍ଷତା ରେ ନବ ନିଯୁକ୍ତ ଯୋଜନା ବୋର୍ଡ ଅଧକ୍ଷ ଙ୍କୁ ସମ୍ବର୍ଧତ କରିଥିଲେ l ଏହି ସମ୍ବର୍ଧନା ଉତ୍ସବ ରେ ଦଳୀୟ ଉପସଭାପତି ଶରତ ମିଶ୍ର,ପୁର୍ବ ବ୍ଲକ ଅଧକ୍ଷ ସନ୍ତୋଷ ଭୋଇ, ବିଧାୟକ ପ୍ରତିନିଧି ପଦାର୍ଥ ଜଗଦଳା,ସଂlସଦ ପ୍ରତିନିଧି ନଲିନି ପଣ୍ଡା, ଯୁବ ନେତା ବିପିନ ପଣ୍ଡା,ଏସସି ସେଲ ସଭାପତି ସୁମନ୍ତ ଜଗଦଳା, ନେତ୍ରୀ ସବିତା ପଣ୍ଡା, ଭୀଷ୍ମ ଦନ୍ତା, ପଙ୍କଜ ନାୟକ, ରାଜେଶ କୁମାର ସେଠି ପ୍ରମୁଖ ଙ୍କ ସହିତ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ