କୋଟସମଲେଇ ରେ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଶ୍ରୀ ଜଗନ୍ନାଥ ଏକାଡେମୀ ପକ୍ଷରୁ ଶିକ୍ଷା ସଚେତନତାକୁ ଲକ୍ଷ୍ୟ କରି ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। “ଆସ ସ୍କୁଲ ଯିବା” ସ୍ଲୋଗାନକୁ ଆଗରେ ରଖି ଛାତ୍ରଛାତ୍ରୀମାନେ ଗାଁ ପରିକ୍ରମା କରି ସମାଜରେ ଶିକ୍ଷାର ପ୍ରମୁଖ୍ୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।
ଏହି ଅବସରରେ ବ୍ଲକ ଶିକ୍ଷା ପରିବାର ର ଶିକ୍ଷା ସଚେତନତା ରଥକୁ ସସମ୍ମାନେ ସ୍ୱାଗତ କରାଯାଇଥିଲା। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ସୁଧାଂଶୁ ଶେଖର ଲୁହା ଉପସ୍ଥିତ ଥିବା ବେଳେ ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ଅଧ୍ୟକ୍ଷତା କରିଥିଲେ।
ଶୋଭାଯାତ୍ରାର ସଫଳ ଆୟୋଜନ ପାଇଁ ଅମିତ ପାତ୍ର ଓ ବିଜୟ ହୋତା ଦାୟିତ୍ୱ ନିଭାଇଥିବା ବେଳେ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ଶଙ୍ଖସିନ୍ଧୁ ପୁରୋହିତ ପାଳନ କରିଥିଲେ। ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନିରୂଦ୍ଧ ପାଢ଼ୀ, ପ୍ରଫୁଲ୍ଲ ସାହୁ, ଭଗବତୀ ହୋତା, ରାଜୁ ମିଶ୍ର, ଦାଶରଥୀ ସେଠି, ସାନ ଡାଙ୍ଗ ସହିତ ଅନ୍ୟାନ୍ୟ ଶିକ୍ଷକମାନେ ବିଭିନ୍ନ ଦାୟିତ୍ୱ ପାଳନ କରିଥିଲେ।
ସମଗ୍ର ଶୋଭାଯାତ୍ରା ମାଧ୍ୟମରେ ଶିଶୁମାନଙ୍କୁ ସ୍କୁଲମୁଖୀ କରିବା ଓ ଶିକ୍ଷା ପ୍ରତି ଲୋକମାନଙ୍କର ଆଗ୍ରହ ବୃଦ୍ଧି ପାଇଁ ସଚେତନତା ସୃଷ୍ଟି ହୋଇଥିବା ଦେଖାଯାଇଛି।

