Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିର-ଦେବଗଡ଼ ଭାୟା ବୀରମହାରାଜପୁର ଦେଇ ଦୈନିକ ସରକାରୀ ବସ୍ ଚାଲିବl ନେଇ ଶୁଭାରମ୍ଭ କଲେ ବିଧାୟକ ରଘୁନାଥ ଜଗଦଲl

ବୀରମହାରାଜପୁର : ବୀରମହାରାଜପୁର ବିଧାୟକ ଙ୍କ ପ୍ରଚେଷ୍ଟା ରେ ଦୈନିକ ବୀରମହାରାଜପୁର ଦେଇ ବଲାଙ୍ଗୀର ରୁ ଦେବଗଡ଼ ଗଡିବ ସରକାରି ବସ ଏ ନେଇ ଆଜି ବିଧାୟକ ବସଷ୍ଟାଣ୍ଡ ଠାରେ ଏହା କୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି l ଆଜି ବୀରମହାରାଜପୁର ବିଧାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବହୁ ଦିନ ରୁ ଲୋକଙ୍କ ଦାବି କୁ ପୂରଣ କରିବା ଉଦେଶ୍ୟ ରେ ଉକ୍ତ ସରକାରି ବସ ସେବା କୁ ଲୋକାର୍ପିତ କରିଥିଲେ l ଏହି ଅବସରରେ ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ, ଏନ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ ରାଜୀବ ହାଁସଦା ପ୍ରମୁଖ ଙ୍କ ସମେତ ଓଏସ ଆରସିଟିସି କର୍ମଚାରୀ ଯୋଗଦେଇ ବସ ସେବା ନେଇ ଶୁଭାରମ୍ଭ କରିଥିଲେ l ଏହି ବସ ଟି ଦୈନିକ ବଲାଙ୍ଗୀର ରୁ ସକାଳ 7.30 ରୁ ବାହାରି ସୋନପୁର, ବୀରମହାରାଜପୁର, ରେଢାଖୋଲ ଦେଇ ଦେବଗଡ଼ ରେ ପହଂଚିବ ସେହିପରି ଦେବଗଡ଼ ରୁ ସକାଳ 5 ଟା ରୁ ବାହାରି ବୀରମହାରାଜପୁର ରେ ପୂର୍ବହ୍ନ 10.20 ରେ ପହଁଚି ପୁଣି ସୋନପୁର ଦେଇ ବଲାଙ୍ଗୀର ପହଂଚିବାର କାର୍ଯ୍ୟକ୍ରମ ରହିଥିବା ଓ ଏସ ଆର ସି ଟି ସି କର୍ମଚାରୀ ସୂଚନା ଦେଇଛନ୍ତି l ଏହାର ସମସ୍ତ ଟିକେଟ ଓ ଏସ ଆର ସି ଟି ସି ୱେବ ସାଇଟ ରୁ ଅଗ୍ରିମ ବୁକ କରିପାରିବେ ବୋଲି ସୂଚନା ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ