Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ରୁ ଇସ୍ତଫାଦେଲେ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ

ଲକ୍ଷ୍ମୀପୁର.୨୮।୦୫ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଜୋନ-୨ କଂଗ୍ରେସ ଦଳର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ପାତିଡି ମାଣ୍ଡିଙ୍ଗା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଜିଲ୍ଲା କଂଗ୍ରେସ ଓ ବ୍ଲକ କଂଗ୍ରେସ୍ ସହ ବର୍ତମାନର କୋରାପୁଟ ସାଂସଦ ତାଙ୍କୁ ସମ୍ପୁର୍ଣ ଭାବେ ଅଣଦେଖା କରୁଥିବା ଦୃଷ୍ଟିରୁ ଅସନ୍ତୋଷ ହୋଇ ବ୍ଲକ ସଭାପତି କୈଳାସ ଚନ୍ଦ୍ର ଖସଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି ।୨୦୧୨ ମସିହାରେ ପ୍ରଥମ କରି ପାତିଡି ମାଣ୍ଡିଙ୍ଗା କଂଗ୍ରେସ ଦଳରେ ସାମିଲ ହୋଇଥିଲେ।ସେହି ସମୟରେ ଲକ୍ଷ୍ମୀପୁର ବ୍ଲକ ଜୋନ-୨ ଜିଲ୍ଲାପରିଷଦ ଆସନରେ ଛିଡା ହୋଇ ସେ ବିଜୟୀ ହୋଇଥିଲା।ପରେ ସେଇ ଆସନ ବିଜେଡି ଦଳକୁ ଚାଲି ଆସିଥିଲା।ବର୍ତମାନ ପୁନଃ ସେଇ ଆସନ କଂଗ୍ରେସ ଦଳ ଅଧିନରେ ରହିଚି।କିନ୍ତୁ ଦଳ ତରଫରୁ କୌଣସି କାର୍ଯ୍ୟକ୍ରମ ରେ ଡକାନଯିବା ସହ ଅଣଦେଖା କରାଯାଉଥିବା କାରଣରୁ ସେ ଇସ୍ତଫା ଦେବା କଥା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ