Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ତହସିଲଦାର ଙ୍କୁ ନିଜ କାର୍ଯ୍ୟାଳୟ ଗୃହ ପାଇଁ ଅନୁରୋଧ ଏବଂ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ବରିଷ୍ଠ ନାଗରିକ ସଂଗଠନ ତରଫରୁ ବୀରମହାରାଜପୁର ତହସିଲଦାର, ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଏକ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ପ୍ରକାଶ ଥାଉକି ଏହି ଅନୁଷ୍ଠାନ ଗତ ୩୦/୧୨/୨୦୨୫ ରେ ପଞ୍ଜିକରଣ ହୋଇଛି । ସ୍ଥାୟୀ ଘର ନିର୍ମାଣ ପାଇଁ ଘରଡିହ ଆବଶ୍ୟକ । ଏଣୁ ତହସିଲଦାରଙ୍କୁ ଲିଖିତ ଆକାରରେ ଅନୁରୋଧ କରା ଯାଇଛି। ପରେ ସଭ୍ୟମାନେ ବୀରମହରାଜପୁର ଡାକ୍ତର ଖାନା କୁ ଯାଇ ରୋଗୀ ମାନଙ୍କୁ ଫଳ, ବିସ୍କୁଟ ଆଦି ବଣ୍ଟନ କରିଥିଲେ।ସଭାପତି ବ୍ରଜଗୋପାଳଙ୍କ ନେତୃତ୍ୱ ଅନୁଷ୍ଠାନର ସଦସ୍ୟ ମୁରାରୀ ମିଶ୍ର, ଘାସିରାମ ମଲ୍ଲିକ, ଗଙ୍ଗାଧର ସାହୁ, ପ୍ରହଲ୍ଲାଦ ନାୟକ, ଜନ୍ମେଜୟ ମିଶ୍ର, ବେଣୁଧର ବାରିକ,ହୃଷିକେଶ ନାୟକ, ଟୀକାଇ କର୍ମୀ, ଗଦାଧର ବାରିକ, ପ୍ରହଲ୍ଲାଦ ପଧାନ, ବରିଷ୍ଠ ନାଗରିକ ସଂଗଠନ ବୀରାମହରାଜପୁରର ସଭାପତି ଦୟାନିଧି ହୋତା, କୋଷାଧକ୍ଷ ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ