Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜେସିବି ମେସିନ୍ ପୋଡିଲେ ଦୁର୍ବୁତ୍ତ,

କୋରାପୁଟ.୨୮।୦୫ : ଦିର୍ଘ ଦିନର ବ୍ୟବଧାନ ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଗାଡି ପୋଡା ଜଳା ଖବର ମିଳିଛି।ମାଓ ଅଞ୍ଚଳ ଭାବେ ପରିଚିତ ଥିବା ନାରାୟଣପାଟଣା ବ୍ଲକ ସାନ୍ତ ପଡି ଆସୁଥିବା ବେଳେ ପୁଣି ଅସାନ୍ତ ହୋଇ ଉଠିଚି।ଏହା ମାଓବାଦିଙ୍କ କାମ ନା କେହି ଦୁର୍ବୁତ ମାନେ ଏହି ଘଟଣା ଘଟାଇଛନ୍ତି ତାହା ଜଣା ପଡିନି।ସ୍ଥାନିୟ ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତ ର ଭିତରପଡା ନିକଟରେ କର୍ଣ୍ଣକୋଣ୍ଡା ପାହାଡରେ ବକ୍ସାଇଟ ଖଣି ଗଛିତ ହୋଇ ରହିଛି।ଗଛିତ ଥିବା ଖଣିର ମାନ ଓ ପରିମାଣ ପରୀକ୍ଷା ନିମନ୍ତେ ପାହାଡ ଉପରକୁ ରାସ୍ତା ନିର୍ମାଣ ପାଇଁ ତ୍ରିବେଣୀ କମ୍ପାନୀକୁ ଦାଇତ୍ଵ ଦିଆଜାଇଥିବା ବେଳେ କମ୍ପାନିର ଏକ ଜେସିବି ମେସିନ କୁ କେହି ଦୁର୍ବୁତ୍ତ ମାନେ ସନିବାର ସନ୍ଧ୍ୟାରେ ପୋଡି ଦେଇଛନ୍ତି।ଏଥିସହ ଆଉ ଅନ୍ୟ କେତୋଟି ଗାଡି ଗୁଡିକୁ ମଧ୍ୟ ଭଙ୍ଗା ରୁଜା କରାଜାଇଛି।ଏହା ଏକ ମାଓ ପ୍ରବଣ ଅଞ୍ଚଳ ରୁପେ ଆଗରୁ ପରିଚିତ ଥିବା ବେଳେ ଘଟଣା ସ୍ଥଳରେ କୌଣସି ପୋଷ୍ଟର କିମ୍ବା ବ୍ୟାନର ନଥିବାରୁ ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନି।ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣା ପଡିଛି।ସୂଚନା ଯୋଗ୍ୟ ଯେ ଏହି ପାହାଡ଼ ରେ ଥିବା ୯ ହେକ୍ଟରପରିମାଣ ଜମିରେ ଥିବା ବକ୍ସାଇଟ ଉତ୍ତଳନ ପାଇଁ ଗତ ଫେବୃଆରି ମାସରେ ମରିଚ ମାଳ ଗାଁରେ ଖଣି ନିଗମ ତରଫରୁ ପ୍ରଶାସନ ଦ୍ୱାରାଏକ ଜନଶୁଣାଣୀ ହୋଇଥିଲା।ସେଇ ସମୟରେ ଖଣି ନିଗମକୁ ଘୋର ବିରୋଧର ସାମନା କରିବାକୁ ପଡିଥିଲା।