Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଉଳମୁଣ୍ଡା ଗ୍ରାମ ର ଧର୍ମ ପରାୟଣ ମହିଳl ରଞ୍ଜିତା ଙ୍କ ପରଲୋକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦେଉଳମୁଣ୍ଡା ଗ୍ରାମର ଧର୍ମ ପରାୟଣ ମହିଳା ରଞ୍ଜିତା ଚାନ୍ଦଙ୍କ ୬0 ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେ ଗୁରୁବାର ତାଙ୍କ ଚିକିତ୍ସା ଚାଲିଥିବାବେଳେ ସେଠାରେ ପରଲୋକ ଘଟିଛି l ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ଦୀର୍ଘ ଦିନଧରି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ସଂକ୍ରିତନ୍ୟ ପରିବେଷଣ ରେ ସାମିଲ ରହୁଥିଲେ l ତାଙ୍କର ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି l ମୃତ୍ୟୁ ଶଯ୍ୟା ରେ ତାଙ୍କର ଦୁଇ ପୁଅ ପ୍ରଦୀପ, ଦିଲ୍ଲୀପ, ପୁତ୍ରବଧୂ, ଝିଅ କଳ୍ପନା ,ଜୋଇଁ ତ୍ରିଜୀବ ରଥ, ନାତି ନାତୁଣୀ ଉପସ୍ଥିତ ଥିଲେ l ତାଙ୍କର ବିୟୋଗରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ