କାର ବାଇକ୍ ମୁହାମୁହିଁ ଧକ୍କା ରେ ବାଇକ ଆରୋହୀଙ୍କର ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପନ୍ଥେଇ ସାହି ଠାରେ ଏକ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଆରୋହୀ ଜଣକ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ମୃତକ ଜଣକ ସୁବଳୟା ସହର ଗିଙ୍ଗିରାପଡା ବାସିନ୍ଦା କିଶୋରୀ ମେହେର (53) ସୁବଳୟା ପଟ ରୁ ଟିକିରାପଡା ରାସ୍ତା ରେ ଯାଉଥିବା ବେଳେ ପନ୍ଥେଇସାହି ଠାରେ ଅପରପାର୍ଶ୍ଵ ରୁ ଆସୁଥିବା ଏକ OD 05.AL 5400 (ଇନୋଭା) ଚାରିଚକିଆ ଯାନ କୁ ସମ୍ମୁଖରେ ରେ ଧକା ଦେଇ ଛିଟିକି ପଡି ଗୁରୁତ୍ୱର ହୋଇଥିଲେ l ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିଲେ l ଡାକ୍ତରଖାନା ରେ ଡାକ୍ତର କିଶୋରୀ କୁ ମୃତ ଘୋଷଣା କରିଥିଲେ l ମୃତ କିଶୋରୀ ଙ୍କ 3 ଟି ସନ୍ତାନ ଥିବା ବେଳେ ଗତ କିଛି ପୁର୍ବ ରୁ ଗୋଟିଏ ଝିଅ ବାହାଘର କରିଥିବା ବେଳେ ଗୋଟିଏ ପୁଅ ଓ ଝିଅ ଏବଂ ତାଂକ ଧର୍ମପତ୍ନୀ ରହିଛନ୍ତି l ସିସି ଟିଭି ଫୁଟେଜ ଅନୁସାରେ ବାଇକ ଆରୋହୀ ଜଣକ ଦ୍ରୁତ ଗତି ରେ ଆସି ରାସ୍ତା ଉପରେ ଛିଡା ହୋଇଥିବା କାର କୁ ଧକ୍କା ଦେଇଥିବା ସ୍ପଷ୍ଟ ବାରି ହେଉଛି l

