କୁମାରକେଲି ଗ୍ରାମରେ ଲୀଳା ନାଟକ ମାଧ୍ୟମରେ ଏକତା ଓ ଭାଇଚାରା ସ୍ରୁଷ୍ଟି
ଉଲୁଣ୍ଡା :
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରଘୁନାଥ ଙ୍କ ଲୀଳା କୁ, ନାଟକ ମାଧ୍ୟମରେ ପ୍ରଦର୍ଶିତ କରି, ଗାଁ ରେ ଏକତା, ଭାଇଚାରା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଗାଁ ର ରଘୁନାଥ କ୍ଳବ ର ସଦସ୍ୟ ମାନେ l 65 ବର୍ଷ ରେ ପଦାର୍ପଣ କରିଥିବା ଏହି ରାମଲୀଳା ର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି l ପ୍ରତି 14 ବର୍ଷ ରେ ଥରେ ନlମଯଜ୍ଞ ର ଆୟୋଜନ କରି ଏହାକୁ ପରବର୍ତ୍ତୀ ବର୍ଷ ପୁଣି ଆରମ୍ଭ କରାଯାଏ l ଶେଷ ଥର ପାଇଁ ଯେତେବେଳେ ଏହି ନାଟକ 56 ବର୍ଷ ରେ ପଦାର୍ପଣ କରିଥିଲା, ଗାଁ ରେ ଅନୁଷ୍ଠିତ ହୋଇଥିଲା 56 ପ୍ରହରୀ ନlମଯଜ୍ଞ l
ରାମ ନବମୀ ପୂର୍ବରୁ ଘର ସବୁ ଭଲ ଭାବେ ଧୁଆ ଧୁଇ କରି ସମସ୍ତ ଉଷୁନା ଜିନିଷ କୁ ବାଦ ଦିଆଯାଏ l ଆବାଳ ବୃଦ୍ଧ ବନିତା 15 ଦିନ ଧରି ମନ୍ଦିର ରେ ଲାଗୁଥିବା ଭୋଗ କୁ ଗାଁ ରେ ଏକତ୍ର ଭୋଜନ କରନ୍ତି l ଏହା ଦ୍ୱାରା ସମସ୍ତ ଙ୍କ ଭିତରେ ଏକ ସୁସମ୍ପର୍କ ସହ ଭାଇଚାରା ଗଢିଉଠେ l ସୀତା ବିବାହ ଦିନ ପ୍ରଭୁ ଙ୍କ ବରାତ କୁ ଶୋଭାଯାତ୍ରା ମାଧ୍ୟମରେ ବଡ଼ ଧୁମ ଧାମ ରେ ଗ୍ରାମ ପରିକ୍ରମା କରାଯାଏ l କ୍ଲବ ର ସଭାପତି ଗୌତମ ଭୋଇ, ସକ୍ରିୟ ସଦସ୍ୟ ପ୍ରମୋଦ ବେହେରା, ବିକାଶ ପଧାନ ତଥା ମନ୍ଦିର ର ମୁଖ୍ୟ ପୂଜକ ବିନୋଦ ମହାପାତ୍ର ଙ୍କ ସୂଚନା ଅନୁସାରେ ରାମ ଭୂମିକା ରେ ଅଜିତ ବାରିକ ଲକ୍ଷ୍ମଣ ଭୂମିକା ରେ ଚନ୍ଦନ ପଧାନ , ସୀତା ଭୂମିକା ରେ ଅମ୍ବରୀଶ ଭୋଇ, ହନୁମାନ -ପ୍ରମୋଦ ବେହେରା, ରାବଣ ନିଗମାନନ୍ଦ ବେହେରା, ଇନ୍ଦ୍ରଜିତ ସୁବାଷ ପଧାନ, ଦଶରଥ -ରୋହିତ ପଧାନ ଓ କୌଶଲ୍ୟା ଭୂମିକା ରେ ବିନୋଦ ମହାପାତ୍ର ଆଦି ଙ୍କ ନିଖୁଣ ଅଭିନୟ ଶହ ଶହ ଲୋକଙ୍କୁ ବାନ୍ଧି ରଖିବାରେ ସଫଳ ହୁଏ l ସେହିପରି ବାଦ୍ୟଯନ୍ତ୍ର ରେ ବରିଷ୍ଠ କଳାକାର ଫକିର ମୋହନ ପଧାନ, ରାତ୍ର ପଧାନ, ତ୍ରିପୁରାରୀ ବେହେରା, ମଗନିଆ ପଧାନ ପ୍ରମୁଖ ସହଯୋଗ କରିବା ସହ ନାଟକ ର ନିର୍ଦେଶନା ରେ ପ୍ରମୁଖ ଦାୟିତ୍ୱ ତୁଳାନ୍ତି l ରାମ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ପରମ୍ପରା ବଜାୟ ରଖିବା ପାଇଁ ସମସ୍ତ କଳାକାର ବଦ୍ଧ ପରିକର ବୋଲି ସୂଚନା ପ୍ରଦାନ କରନ୍ତି କ୍ଳବ ର କର୍ମକର୍ତ୍ତା l

