Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ରେ ଶ୍ରୀ ରାମ ଲୀଳା ଉତ୍ସବ ଦୀର୍ଘ 75 ବର୍ଷ ଧରି ଚାଲିଛି

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଐତିହାସିକ ତଥା ଇତିହାସ ଭିତ୍ତିକ ଗାଁ କୋଟସମଲାଇ ରଘୁନାଥ ମନ୍ଦିର ନିକଟରେ ୧୮ଦିନ ଧରି ମହାସମାରୋହରେ ୭୫ବର୍ଷ ପ୍ଳାଟିନମ ଜୁବଲି ରାମଲୀଳା ଉତ୍ସବ ଅନୁଷ୍ଠିତ ହେଉଅଛି । ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ କୋଟସମଲାଇ ବାହାରିପଡା ର ଚଳିତ ବର୍ଷ ୭୫ବର୍ଷ ପ୍ଳାଟିନମ ଜୁବଲିରେ ପଦାର୍ପଣ କରିଛି। ଏହି ରାମଲୀଳା ଉତ୍ସବ ନିରବଚ୍ଛିନ୍ନ ଭାବେ ୭୫ବର୍ଷ ପାଳନ ହେଲାଣି।ରାମଲୀଳା ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀରାମ ଯଜ୍ଞ। ପ୍ରଥମେ ମନ୍ଦିରରୁ ନାଟ ମଣ୍ଡପକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର, ମାତା ସୀତi , ଲକ୍ଷ୍ମଣ , ହନୁମାନଙ୍କୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପୂଜକ ଭାବେ ସରୋଜ ପୂଜାହାରୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବ୍ରତଧାରୀମାନେ ନିଷ୍ଠାର ସହିତ କରୁଥିବା ବେଳେ ସନ୍ଧ୍ୟାରେ ଆଳତୀ ଲଗାଇ ସାରିଲା ପରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥାଏ। ଶ୍ରୀରାମ ଜନ୍ମ,ଧନୁ ଭଗ୍ନ,ସୀତା ବିବାହ,ରାମ ବନବାସ,ଭରତ ମିଳନ,ସୂର୍ପଣଖା ନାଶା ଛେଦନ,ସୀତା ଚୋରି,ଲଙ୍କା ପୋଡ଼ି,ବିଭିଷଣ ଶରଣ,ରାମ ରାବଣ ପ୍ରଥମ ଯୁଦ୍ଧ , କୁମ୍ଭକର୍ଣ୍ଣ ବଧ ଭଳି ମହାନ ପୈରାଣିକ ନାଟକ ମଞ୍ଚସ୍ଥ ହେଉଛି।ଗତ ରଜନୀରେ କୁମ୍ଭକର୍ଣ୍ଣ ବଧ ମଞ୍ଚସ୍ଥ ହୋଇଥିଲା।ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ ଅନାଦି ବସ୍ତିଆ, ହନୁମାନ ଲକ୍ଷିନ୍ଦ୍ର ବସ୍ତିଆ/ଶରଦ କର୍ଣ୍ଣ,ବିଭିଷଣ ନରେନ୍ଦ୍ର ବାଘ,ସୁଗ୍ରୀବ କିଶୋର ପଧାନ,ଅଙ୍ଗଦ ରାମଗୋପାଳ ସେଠୀ , କୁମ୍ଭକର୍ଣ୍ଣ ସୁବାଷବନଛୋର,ରାବଣ ଦିଗାମ୍ବର ଚୈଧୁରୀ,ଇନ୍ଦ୍ରଜିତ ଚକ୍ରପାଣି ମେଣ୍ଡିଲିଙ୍କ ଅଭିନୟ ଉଚ୍ଚକୋଟିର ଥିଲା । ବାଦ୍ୟଯନ୍ତ୍ରରେ ଜାନକୀରାମ ଦେହେରୀ , ମନୋରଞ୍ଜନ ପାଢୀ, ପୂର୍ଣ୍ଣଚନ୍ଦ୍ର ପାଢୀ , ପଞ୍ଚାନନ ମନ୍ତ୍ରା,ଚମରା ସେଠୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ