Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶତାଧିକ ବର୍ଷ ଧରି ଚାଲି ଆସୁଥିବା ଚମ୍ପାମାଳ ରାମଲୀଳା ନାଟକ ରେ ଲକ୍ଷ୍ମଣ ଶକ୍ତିଭେଦ ଅଭିନୀତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପାମାଲ ଗ୍ରାମରେ ରାମଲୀଳା ନାଟକ ଲକ୍ଷ୍ମଣ ଶକ୍ତି ଭେଦ ମଞ୍ଚସ୍ଥ ହୋଇଯାଇଛି l ୧୪0 ବର୍ଷ ରୁ ଉର୍ଦ୍ଧ ବର୍ଷଧରି ଅନୁଷ୍ଠିତ ହୋଇ ଆସୁଥିବା ରାମଲୀଳା ନାଟକ ରେ ଅଜିତ ଥନାପତି ରାମ ଭୂମିକାରେ ଅଭିନୟ କରିଥିବାବେଳେ, ବିଦ୍ୟାଧର ଥନାପତି ଲକ୍ଷ୍ମଣ,ସଂଜୀବ ଭୋଇ ହନୁମାନ l ହିମାଂଶୁ ଥନାପତି ସୀତା ପ୍ରଶାନ୍ତ ମହାରଣା ମନ୍ଦୋଦରୀ,ଉପେନ୍ଦ୍ର ଥାନାପତି ତ୍ରିଜଟା, ପ୍ରମୋଦ ପୁରୋହିତ ,ସଞ୍ଜୟ ନେଗୀ ମନ୍ତ୍ରୀ, ଉଗ୍ରେସନ ସେଠି ସୁଗ୍ରୀବ, କିଶୋର ହୋତା, ସଞ୍ଜୟ -ବୁଢା ଅସୁର ଭୂମିକା ବେଶ ଚିତାକର୍ଷକ ହୋଇଥିଲା l ରାମକୃଷ୍ଣ ହୋତା ପ୍ରତ୍ୟହ ଶ୍ରୀରାମଙ୍କ ଦଶାବତାର ବନ୍ଦନା ଗାନ କରିଥିଲେ l ବିଭିନ୍ନ ବାଦ୍ୟଯନ୍ତ୍ର ରେ ପଞ୍ଚାନନ ଥନାପତି, କାର୍ତ୍ତିକ ଭୁକ୍ତା, ବାବୁଲୁ ସିଂ, ଚିତ୍ରକର ଭାବରେ ଉପେନ୍ଦ୍ର ମହାରଣା, ଶ୍ରବଣ ମହାରଣା, ଦୀନବନ୍ଧୁ ମହାରଣା ରହିଥିବା ବେଳେ, ଶବ୍ଦ ଓ ଆଲୋକରେ ଶ୍ରୀରାମ ବିଶି, ଭୀଷ୍ମ ଥନାପତି ଏବଂ ବିକଳ୍ପ ସେଠି ରହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ