Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବିଷୁବ ସାରସ୍ବତ ଆସର

ବୀରମହାରାଜପୁର :
ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ୱତ ଆସର ବୁଧବାର ସଂଧ୍ୟା ୭ଘ ରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ନାଗରିକ ସଂଗଠନ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାରସ୍ୱତ ଆସରରେ କବି ଡ. ଦ୍ବିତୀକୃଷ୍ଣ ପଣ୍ଡା ସଭାପତିତ୍ୱ କରିଥିବାବେଳେ ବରିଷ୍ଠ ନାଗରିକ ସଂଗଠନର ପୂର୍ବତନ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି, ଶିକ୍ଷାବିତ୍ ରାଧେଶ୍ୟାମ ପୁରୋହିତ ମୁଖ୍ୟବକ୍ତା, ଶିକ୍ଷାବିତ୍ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ବାସୁଦେବ ରଥ ହନୁମାନ ଚାଳିଶା ପାଠ କରିଥିଲେ। କବି ସୁକାନ୍ତ କୁମାର ସାହୁ ସ୍ୱାଗତ କରିଥିବା ବେଳେ ଶୁଭ୍ରାଂଶୁ ଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ବିଷୁବ ମିଳନରେ ଏକ ସ୍ମରଣିକା ପ୍ରକାଶ କରିବାକୁ ସର୍ବସମ୍ମତି କ୍ରମେ ସିଦ୍ଧାନ୍ତ ଗ୍ରହଣ କରା ଯାଇଥିଲା। ଅତିଥି ମାନଙ୍କ ସହିତ କବି ପର୍ତ୍ତୀ ବୁଡେକ, ଧର୍ମ ଦତ୍ତ ପାଢ଼ୀ, ଉମେଶ ପ୍ରସାଦ ପଧାନ, ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ସୁରୁ ସାହୁ , ଚମରା ମହାକୁର ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ