ବୀରମହାରାଜପୁର ରେ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବିଜେଡି କର୍ମୀ ମାନେ ବୀରମହାରାଜପୁର ଡାକ୍ତରଖାନା କୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ଓ ପରେ ବୀରମହାରାଜପୁର ବସଷ୍ଟାଣ୍ଡରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଶୁକ୍ରବାର ବୀରମହାରାଜପୁର ବିଜୁ ଜନତା ଦଳ ବ୍ଲକ ସଭାପତି ସୁରୁ ନାରାୟଣ ମହାକୁର , ବ୍ଲକ ଯୁବ ବିଜେଡି ସଭାପତି ନାରାୟଣ ଲୁହା, ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡା ,, ଲଳିତ ମୋହନ ପାତ୍ର, ସମ୍ପାଦକ ସଂଜୀବ ଦେହୁରୀ, ପ୍ରଦୀପ ମିଶ୍ର, ମଧୁସୂଦନ ପଣ୍ଡା , ଶ୍ରୀକାନ୍ତ କର୍ମୀ , କଲ୍ଲୋଳ ମିଶ୍ର,ମହେନ୍ଦ୍ର ଜଗଦଲା,ପର୍ଶୁରାମ ଦେହୁରୀ, ଭଗବାନ କର୍ଣ୍ଣ , ଶେଷଦେବ ବାରିକ, ବେଲାରସେନ ପାତ୍ର , କୃଷ୍ଣଚନ୍ଦ୍ର ମେହେର , ରଞ୍ଜିତ ଚାନ୍ଦ, ଆଲୋକ ଦେହୁରୀ, କାହ୍ନୁ ମହାକୁର ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ l

