Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ପୃଥିବୀ ଦିବସ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି l ଏ ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଅନୁଷ୍ଠାନ ର ସଭାପତି ଦୟାନିଧି ହୋତା ସଭାପତିତ୍ବ କରିଥିଲେ l ପରିବେଶ ସମ୍ପର୍କିତ ସମସ୍ୟା ଯଥା ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ, ପ୍ଲାଷ୍ଟିକ୍‌ବସ୍ତୁ ପ୍ରଦୂଷଣ ଏବଂ ଜୈବ ବିବିଧତାର କ୍ଷୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପୃଥିବୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୁଧବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ, ଠାରେ ଆୟୋଜିତ ପୃଥିବୀ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡ.ପ୍ରଫୁଲ୍ଲ ରଥ, ମୁଖ୍ୟ ବକ୍ତା ପୂର୍ବତନ ସଭାପତି ଭଗବାନ ମିଶ୍ର , ସମ୍ମାନିତ ଅତିଥି ନାରାୟଣ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ୟାମସୁନ୍ଦର ସେଠୀ ସ୍ବାଗତ ଭାଷଣ ଦେଇଥିବାବେଳେ ବଳରାମ କାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ I ସଭା ସଂଯୋଜନା କରିଥିଲେ ଅନୁଷ୍ଠାନର ସଂପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ