ଗରିବ ଓ ମେଧାବୀ ଝିଅ ସୁକାନ୍ତି ର ଆଖି ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମର ଗୋଟେ ମେଧାବୀ ଛାତ୍ରୀ ସୁକାନ୍ତି କମ୍ପ ର ଆଖିରେ ଗତ ୧୯ ତାରିଖରେ ତୀର ବାଜି ଯିବାରୁ ଗୋଟେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେବା ଉପରେ। ପ୍ରଥମେ ତାଙ୍କୁ ବୀରମହାରାଜପୁର ସ୍ଥିତ ପଣ୍ଡାପାଲି ଆଖି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ସାଙ୍ଗେ ସାଙ୍ଗେ ତାକୁ ଭୁବନେଶ୍ୱର ଏଲ ଭି ପ୍ରସାଦ ଆଖି ଅନୁଷ୍ଠାନ କୁ ନିଆଗଲା । ବାପା ଖେଡୁ କମ୍ପ (୭୦+) ଓ ମାଆ ଜ୍ଞାନ କମ୍ପ( ସିକଲିନ ରୋଗୀ) ଙ୍କ ଦୁଇ ଶିଶୁ ମଧ୍ୟରୁ ଝିଅଟି ସାନ । ବଡ଼ପୁଅ ଟା ମାନସିକ ଅନଗ୍ରସର । ସୋନପୁର ଅନ୍ଧମୁକ ବଧିର ସ୍କୁଲରେ ପଢେ। ଝିଅଟା ବୁଢ଼ା ବାପା ମାଁ ଙ୍କ ଏକା ସାହା ଭରସା l ସେ ଭଲ ପାଠ ବି ପଢୁଛି । ଗାଁ ରେ ଅନ୍ୟ ଛୋଟ ପିଲା ମାନେ ଖଜୁରୀ କଣ୍ଟା ଆଦି ଲଗେଇ ଧନୁ ତୀର ଖେଳୁଥିବା ସମୟରେ ଏଇ ଝିଅ ଟି ଦେଖିବାକୁ ଯାଉଥିଲା l ସେ ସମୟରେ ତାର ଆଖି ରେ ତୀର ବାଜିଲା । ଆଖିଟି ନଷ୍ଟ ହୋଇଗଲା। ଏହି ପରିବାର ବହୁ ଗରିବ ଶ୍ରେଣୀର। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାର ବହୁ ଦୁଖଃ କଷ୍ଟ ରେ ଚଳି ଆସୁଥିବା ବେଳେ ବର୍ତ୍ତମାନ ଚିକିତ୍ସା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବାରମ୍ବାର ଭୁବନେଶ୍ୱର ହସ୍ପିଟାଲକୁ ନେବାକୁ ପଡିବ।
ଝିଅଟିକୁ ସାହାଯ୍ୟ କରିବାକୁ ପଡିବ ।ପ୍ରଶାସନିକ ସ୍ତରରେ ତୁରନ୍ତ ସହଯୋଗ କରିବା ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରନ୍ତି ।

