Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଣ୍ଟ ପାଲି ରେ ନବ ନିର୍ମିତ ଗୋପାଳଜୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଠାରେ ନବ ନିର୍ମିତ ଗୋପାଳଜୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି l ଗୋପାଲଜି ଠାକୁର ମନ୍ଦିର ପ୍ରବେଶ କଲାପରେ ପୁର୍ଣ୍ଣ।ହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରତିଷ୍ଠା ଉତ୍ସବ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅଷ୍ଟ ପ୍ରହର ନାମ ଯଜ୍ଞ , ସୁନ୍ଦରl କାଣ୍ଡ ପାରାୟଣ , ଅର୍ଣ୍ଣ ଜଜ୍ଞ , ଘୃତ ଜଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଦିବସରେ ରାଜ୍ୟ ମାନବାଧିକାର କମିଶନ ଶତୃଘନ ପୂଝାରୀ, ପୂର୍ବତନ ବିଚାରପତି ବିଜୟ କୁମାର ପୁରୋହିତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଅନ୍ତିମ ଦିବସରେ ଗୋପାଜି ଠାକୁର ମନ୍ଦିର ପ୍ରବେଶ କାର୍ଯ୍ୟ କ୍ରମରେ ପୁରୀ ରାମଜୀ ମଠର ମଠାଧୀଶ ବଂଶିଧର ମହାରାଜଜୀ , ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଘଣ୍ଟପାଲି ଗ୍ରାମବାସୀ ଓ ଆଖପାଖ ବିଭିନ୍ନ ପାଞ୍ଚ ଖଣ୍ଡଗାଁର ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ । ମନ୍ଦିର ପ୍ରତିଷ୍ଠା ଅବସରରେ ଅଷ୍ଟ ପ୍ରହରି ନାମଯଂଜ୍ଞ, ସୁନ୍ଦରକାଣ୍ଡ ପାରାୟଣ ଏବଂ ବଲାଙ୍ଗୀର ର ଦଣ୍ଡମାଳ କଳାକାର ଙ୍କ ଦ୍ୱାରା ରାମଲୀଳା ନାଟକ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଷ୍ଠା ଅବସରରେ ରେ ପୂଜକ ଭାବରେ ପଣ୍ଡିତ ବନମାଳୀ ଚାନ୍ଦ, ବଳରାମ ପଣ୍ଡା, ସ୍ୱପ୍ନେଶ୍ୱର ଚାନ୍ଦ ଅମ୍ବରିଶ ଚାନ୍ଦ, ସୁବ୍ରତ କୁମାର ପାଢ଼ୀ କାର୍ଯ୍ୟ ନିର୍ବାହ କରିଥିଲେ । କର୍ତ୍ତା ଭାବରେ ଗୌରୀ ଶଙ୍କର ହୋତା ଓ ରିନାରାଣୀ ପଣ୍ଡା ସସ୍ତ୍ରିକ କର୍ତା ଭାବେ କାର୍ଯ୍ୟ ସମ୍ପାଦନା କରି ଥିବାବେଳେ ଘଣ୍ଟପାଲି, କର୍ଡ଼lପାଳ, ତେଲିପାଲି, ଭୂତିଆପାଲି ଆଦି ଗ୍ରାମ ବାସି ସହଯୋଗ କରିଥିଲେ l ନ୍ୟାୟମୂର୍ତ୍ତି ରାମଶଙ୍କର ହୋତା ଓ ପୁର୍ବ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣଗ୍ରାହୀ ଉପଦେଷ୍ଟା ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ