ବୀରମହାରାଜପୁର ଯୋଗାଳୟ ରେ ମଧୁବାବୁ ଜୟନ୍ତୀ ପାଳିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଯୋଗାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଯୋଗଗୁରୁ ଡ. ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡl , ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର , ରାଜେନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ରାଜେଶ ପାଣିଗ୍ରାହୀ ସ୍ବାଗତ କରିଥିବାବେଳେ ଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଯୋଗାଳୟର ସଦସ୍ୟ ଶଙ୍କର ମେହେର , ଲବ ମେହେର , ଗୋପୀନାଥ ଚାନ୍ଦ, ଶମ୍ଭୁ ପ୍ରସାଦ ମେହେର , ସୁଦାମ ଖଣ୍ଡଗିରି ,ସୁରେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

