ଭୀମଭୋଇ କଳା ନିକେତନ ପକ୍ଷରୁ ସନ୍ଥକବି ଭୀମଭୋଇ ଙ୍କ ଜୟନ୍ତି ପାଳନ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଙ୍ଗାମୁଣ୍ଡା ସ୍ଥିତ ଗାୟତ୍ରୀ ଆବାସିକ ବିଦ୍ୟାଳୟ ପରିସରରେ ଭୀମ ଭୋଇ କଳାନିକେତନ ପକ୍ଷରୁ ସନ୍ଥ କବି ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ଭୀମ ଭୋଇ କଳାନିକେତନ ର ସଭାପତି ମଦନ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଜୟନ୍ତୀ ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ ଜୟନ୍ତୀ ସମାରୋହରେ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ଅଧ୍ୟକ୍ଷ ପଙ୍କଜ ଖମାରୀ , ବିଶିଷ୍ଟ କବି କିଶୋର ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସନ୍ଥକବି ଭୀମଭୋଉଙ୍କ ସ୍ମୃତି ଚାରଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ରାଏ ପରିଚାଳନା କରିଥିବା ବେଳେ, ପଦ୍ମନାଭ ବାରିକ, ସୁଦର୍ଶନ ବିଶ୍ୱାଳ, ସୁକାନ୍ତ ସାହୁ, ଅକ୍ରୁର ପଣ୍ଡl , ସଂଗୀତଜ୍ଞ ପୃଥ୍ୱୀରାଜ ଜଗଦଲାଙ୍କ ସମେତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଯୁଧିଷ୍ଠିର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ l

