Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିପିଲି ରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ୍ ର ଶ୍ରମିକ ଦିବସ ପାଳିତ

ଅସ୍ତରଙ୍ଗ,,ମେ ୧ ତାରିଖ ଦିନ ପିପିଲି ର ମଙ୍ଗଳପୁର ଠାରେ ଥିବା ହୋଟେଲ ରାଞ୍ଚ ପରିସରରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ୍ ତରଫରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମକୁ ପିପିଲି ର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରଦୀପ ପ୍ରଯୋଳନ କରି ଉଦଘାଟନ କରିଥିଲେ । ସଂଘର ସମ୍ପାଦକ ଶ୍ରୀ ରାଜକିଶୋର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅତିଥି ଭାବେ ଥିଲେ ପିପିଲି ଆଇ ଆଇ ସି ସୌମେନ୍ଦ୍ର ଶେଖର ତ୍ରିପାଠୀ,କଳିଙ୍ଗ ସାମ୍ବାଦିକ ସଂଘର ଉପ ସଭାପତି ଶ୍ରୀ ଅରୂପ ଜେନା, ଦୁଃଶାସନ ନାୟକ,ବିନାୟକ ମିଶ୍ର,ସମ୍ପାଦକ ସୌରଭ ପଟ୍ଟନାୟକ,ସୁନୀଲ ପଟ୍ଟନାୟକ ,ସତ୍ୟଜିତ୍ ମିଶ୍ର ଓ କୋଷାଧ୍ୟକ୍ଷ ସୁବାସ ସ୍ୱାଇଁ ,ପ୍ରଭାକର ଶିରୋମଣି ପ୍ରମୁଖ । ମାନ୍ୟବର ବିଧାୟକ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ,ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ସରକାର ସଚେତନତା ଅଛନ୍ତି,ସମାନ ଙ୍କ ଦାବି ଖୁବ୍ ଶୀଘ୍ର ପୂରଣ କରାଯିବ। ଅତିଥି ମାନେ ସଭାରେ ସାମ୍ବାଦିକ ମାନେ କାର୍ଯ୍ୟ କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ,ପେନସନ ଯୋଜନା,ବୀମା ରାଶି ବୃଦ୍ଧି,ଆଦି ଦାବି ଉପସ୍ଥାପନ କରି ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ,ସମ୍ପାଦକ ଶ୍ରୀ ସ୍ୱାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅତୀତରେ ଦିଆ ଯାଇଥିବା ଦାବି ପତ୍ର କୁ ଗ୍ରହଣ କରି, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ସାକାରତ୍ମକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସଂଘ୍ ର କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାସ, ଖୋର୍ଦ୍ଧା ଜିଲ୍ଲାର ଦୀପକ କର,କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌଡ,ଜି ଆବେଦେନି,ଆଶୋକ ଦାସ,ରାଜ୍ୟ ଉପ ସଭାପତି ବାସୁଦେବ ବରାଡ,ଜ୍ଞାନ ପଟ୍ଟନାୟକ,ଶରତ ସାହୁ,କେନ୍ଦୁଝର ର ନିରାକାର ଦଳାଇ,ଜ୍ଞାନେନ୍ଦ୍ର ସାହୁ,କବିନ୍ଦ୍ର ଖୁଣ୍ଟିଆ,ରାୟଗଡ଼ା ର ପ୍ରମୋଦ ସାହୁକାର,ଯାଜପୁର ଜିଲ୍ଲାର,ବିମଳେନ୍ଦୁ ବେଉରା, ସତ୍ୟଜିତ୍ ମିଶ୍ର, ଜୟକାନ୍ତ ରାଉତ,ଅନନ୍ତ ସ୍ୱାଇଁ,ଦିଲୀପ ରାଉତ,ହୃଷି କେସ ପୃଷ୍ଟି,ଫୁଲବାଣୀର ଜୟସେନ ପରିଡ଼ା, ଆରତ ମହାନ୍ତି ଙ୍କ ସମେତ ବହୁ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ ର ହାତ ବଢାଇଥିଲେ ପିପିଲି ସାମ୍ବାଦିକ ସଂଘ ର ସାମ୍ବାଦିକ ବନ୍ଧୁ ମାନେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ