ମଡେଲ ଜି.ପି. ଏଲ ଏଫ ସୁବଳୟା ରେ ନବମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଶନିବାର ସକାଳ ୯ ଘଣ୍ଟା ସମୟ ରେ ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘ ସୁବଳୟା ପକ୍ଷରୁ ନବମ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଅତିଥି ଭାବରେ ଓଡ଼ିଶା ଜୀବିକା ମିଶନ( ଓ . ଏଲ୍. ଏମ) ର ବି.ପି. ଏମ ଶ୍ରୀ ରମାକାନ୍ତ ହରିପାଲ, ମିଶନ ଶକ୍ତି ର ବି.ପି.ସି ଶ୍ରୀ ଶାନ୍ତନୁ ମେହେର , ବିପିଏ ଅମିତ୍ କୁମାର ଡାଙ୍ଗ, ଡିଇଓ ପ୍ରଫୁଲ୍ଲ ବାରିକ୍ ଙ୍କ ସମେତ ଓ .ଜି .ବି. ସୁବଳୟା ର ଶାଖା ପରିଚାଳକ ପତିତପାବନ ସୁବୁଦ୍ଧି, ସମିତି ସଭ୍ୟା ଲିଲି ମେହେର, ସଭାନେତ୍ରୀ ମୀରା ବାରିକ୍ ଓ ସମ୍ପାଦିକା ମାଧୁରୀ ମେହେର ପ୍ରମୁଖ ମଞ୍ଚାସିନ ହୋଇଥିଲେ।ସଙ୍ଘ ର ସଭାନେତ୍ରୀ ମୀରା ବାରିକ୍ ବୈଠକ ରେ ସଭାପତିତ୍ବ କରିଥିବା ବେଳେ ଦକ୍ଷ ନଥିପତ୍ର ପରିଚାଳିକା ବବିତା ରାଣୀ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ୨୦୨୫-୨୬ ଆର୍ଥିକ ବର୍ଷର ସମସ୍ତ ପ୍ରକାର ଆର୍ଥିକ ଓ ଅଣ ଆର୍ଥିକ କାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ ପରେ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ମହିଳା ସଶକ୍ତି କରଣ ଓ ଆର୍ଥିକ ଆତ୍ମ ନିର୍ଭର ଶିଳତା କୁ ନେଇ ବିଭିନ୍ନ ପ୍ରକାର ସରକାରୀ ଯୋଜନା ଉପରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ। ପ୍ରେରଣା କେନ୍ଦ୍ର ର ପ୍ରେରଣା ଦିଦି ଦମୟନ୍ତୀ ମେହେର ମଧ୍ୟ ପ୍ରେରଣା କେନ୍ଦ୍ର ଉପରେ ବିବରଣୀ ଦେଇ ଥିଲେ ।ପରେ ଦୀନ୍ ଦୟାଲ୍ ଉପାଦ୍ଧେୟ ଗ୍ରାମୀଣ କୌଶଲ୍ୟ ଯୋଜନା ରେ ତାଲିମ୍ ପାଇ ବେଙ୍ଗାଳୁରୁ ଠାରେ କାର୍ଯ୍ୟ କରୁଥିବା କେଲଗାଁ ଗ୍ରାମ ର ଦୁଇ ଜଣ ଝିଅ ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ବୈଠକ ରେ ଏକ ସହ ରୁ ଅଧିକ ମହିଳା ସମସ୍ତ ଇସି ସଭ୍ୟା ଏବଂ ସି. ଆର୍.ପି ଭଉଣୀ ମାନେ ଉପସ୍ଥିତ ଥିଲେ । ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ପରିଚାଳିତ ହୋଇଥିବାରୁ ଶେଷ ରେ ସଭାନେତ୍ରୀ ମୀରା ବାରିକ୍ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।

