Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ହେଡ୍

କୋରାପୁଟ‌ :ନାରାୟଣପାଟଣା ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭୋଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି।ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ କୌଣସି କାରଣ ବସତଃ ଅନୁପସ୍ଥିତ ଥିବାରୁ ପ୍ରକଳ୍ପ ନିର୍ଦ୍ଧେସକ ଗୌରବ ଶିବାଜୀ ଇଶ୍ଵଲଓ୍ଵାର୍ ଅଭିଯୋଗ ଶୁଣାଣୀ ଦାଇତ୍ଵରେ ଥିଲେ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ୬୧ଟି ଅଭିଯୋଗ ପତ୍ର ପଡିଥିବା ବେଳେ ସେଥି ମଧ୍ୟରୁ ଅଧିକାଂସ ପାନିୟ ଜଳ,ବିଜୁଳି ଓ ଆଡିବନ୍ଧ ନିର୍ମାଣ ଉପରେ ଅଭିଯୋଗ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ପରିକ୍ଷାଧିନ ଥିବା ଭାରତୀୟ ପ୍ରସାସନିକ ସେବା ଅଧିକାରି
ପ୍ରଥମେସ୍ ରାଜ୍ ସିର୍କେ,ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଧେସକ ଡ.ନୀଳମାଧବ ଶତପଥି,ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ତହସିଲଦାର୍ ଯଦୁମଣି ନାୟକ ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଗୋଷ୍ଠି ଉନ୍ନୟନ ଅଧିକାରି ଅସ୍ଵୀନି ମହାପାତ୍ର ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ ବିଭାଗର ଅଧିକାରି ମାନେ ଯୋଗ ଦେଇଥିଲେ।ନାରାୟଣପାଟଣା ଠାରେ ହଜାର ହଜାର ଚାଷ ଜମୀ ଥିବା ସତ୍ଵେ ଆଡିବନ୍ଧର ବ୍ୟବସ୍ଥା ନାହିଁ।ଫଳରେ ଅନେକ ଚାଷୀ ଜଳକର ଦେଉ ନଥିବାରୁ ମଣ୍ଡିର ସୁବିଧା ପାଇପାରୁ ନାହାନ୍ତି। ତେଣୁ କରି ବ୍ଲକରେ ଅଧିକରୁ ଅଧିକ ଆଡି ବନ୍ଧ ନିର୍ମାଣ କରା ଗଲେ ଚାଷୀ ମାନେ ଜଳ କର ବାନ୍ଧି ମଣ୍ଡିର ସୁବିଧା ପାଇ ପାରନ୍ତେ ବୋଲି ଚାଷିମୂଲିଆ ଆଦିବାସି ସଂଘର ସଭାପତି ଲିଙ୍ଗା ନାଚିକା ଅଭିଯୋଗ କରିଥିଲେ।ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲେ।