Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧାନ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ୍

କୋରାପୁଟ:କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ
ବାଗାମ୍ ଗ୍ରାମ ନିକଟରେ ଜଣେ ଧାନ ବ୍ୟବସାୟୀ ଗୌରୀଶଙ୍କର ରାଓ ଙ୍କ ଠାରୁ ୨.୩୩ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦା ଫାସ୍ କରିଛି ନାରାୟଣପାଟଣା ପୋଲିସ।
ଘଟଣାରୁ ପ୍ରକାସ ଆନ୍ଧ୍ର ପ୍ରଦେଶର ପାର୍ବତିପୁର୍ ଜିଲ୍ଲା ଚିନା ମାରିକି ଗ୍ରାମର ଗୌରୀ ଶଙ୍କର ନାମକ ଜଣେ ବ୍ୟବସାୟୀ ଧାନ କିଣିବାକୁ ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବୋରିଗୀ ଗ୍ରାମକୁ ଗତ ୨୩ ତାରିଖରେ ଧାନ କିଣିବାକୁ ଆସିଥିଲେ।ଏହାର ସୁଯୋଗ ନେଇ ସେଠାକାର ଜଣେ ଯୁବକ ଉକ୍ତ ବ୍ୟବସାୟୀଙ୍କୁ ହୋଟେଲରେ ଛାଡିଦେବି କହି ୫ କିଲୋମିଟର ନିଜର ବାଇକରେ ନେଇ ନିଜର କିଛି ସହଯୋଗିଙ୍କ ସହୟତାରେ ତାଙ୍କ ଠାରୁ ଟଙ୍କା ଲୁଟ କରିଥିଲା।ଏନେଇ ବ୍ୟବସାୟୀ ଜଣକ ନାରାୟଣପାଟଣା ତରାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।ଘଟଣାକୁ ଛଅଦିନ ବିତି ଜିବା ପରେ ଆଜି ଜଣକୁ ପୋଲିସ ଗିରଫ କରି କୋର୍ଟ୍ ଛାଲାଣ କରିଥିବା କହିଛି।
ଏହି ଘଟଣାରେ ବିରିପୁର ଗ୍ରାମର ସନ୍ତୋଷ ଖସ୍ଲା ଙ୍କୁ ଗିରଫ କରାଯାଇ ଥିବା ବେଳେ ତାଠାରୁ ଏକ ଲକ୍ଷ ଅଠର ହଜାର ଟଙ୍କା ସହ ଏକ ବାଇକ୍ ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିବା ଲକ୍ଷ୍ମୀପୁର ଏସ୍.ଡ଼ି.ପି ଓ ଅଶ୍ବିନି କୁମାର ନାୟକଙ୍କ ତରଫରୁ ସୂଚନା ମିଳିଛି।ଏନେଇ ନାରାୟଣପାଟଣା ଥାନାରେ ୪୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି।ଏଥିରେ ସମ୍ପୃକ୍ତ ଥିବା ସନ୍ତୋଷ ଖସଲା ପୋଲିସ ହାତରେ ଧରା ପଡିବା ପରେ ଅନ୍ୟମାନଙ୍କୁ ଖୋଜା ଚାଲିଥିବା ଶ୍ରୀଯୁକ୍ତ ନାୟକ କହିଛନ୍ତି।