Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ର ଶିକାର ହେଲା କେନ୍ଦୁପତ୍ର ତୋଳାଳି ଯୁବରାଜପୁର ଗ୍ରାମ ରାଜେନ୍ଦ୍ର ଧଳ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅଧିନସ୍ଥ ଯୁବରାଜପୁର ଗାଁର ଜଣେ କେନ୍ଦୁପତ୍ର ତୋଳାଳି ଭାଲୁ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ଯୁବରାଜପୁର ଗାଁର କେନ୍ଦୁପତ୍ର ତୋଳାଳି ରାଜେନ୍ଦ୍ର ଧଳ (୪୩) ଓ ତାଙ୍କ ସ୍ତ୍ରୀ ସୁଷମା ଧଳ
ସୁଲିଆ ଠାରେ ଥିବା ତାଙ୍କ ନିଜ ଜମିକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ । ତେବେ ବୁଦାମୂଳରେ ପୂର୍ବରୁ ଶୋଇ ରହିଥିବା ଏକ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ତାଙ୍କ ମୁହଁ ଓ ନାକରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ଗୁରୁତର ରାଜେନ୍ଦ୍ରଙ୍କ ନିକଟରୁ କିଛି ଦୂରରେ ତାଙ୍କ ସ୍ତ୍ରୀ ସୁଷମା ମଧ୍ୟ ପତ୍ର ତୋଳୁଥିଲେ । ହଠାତ ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ତ୍ରୀ ଏବଂ ଅନ୍ୟ କେତେଜଣ ବ୍ୟକ୍ତି ଦୌଡ଼ି ଆସିବାରୁ ରାଜେନ୍ଦ୍ରଙ୍କୁ କ୍ଷତ ବିକ୍ଷତ କରି ଭାଲୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ରାଜେନ୍ଦ୍ରଙ୍କୁ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ପରେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେଠାରୁ ପୁଣି ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବନବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ଓ ଚିକିତ୍ସା ଖର୍ଚ୍ଚ ଯୋଗେଇ ଦେବାକୁ ଦାବି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ