ଆଜି ବସିବ ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକ, ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ହେବ ଆଲୋଚନା
ଭୁବନେଶ୍ୱର, ୮ | ୫ : ଆଜି ବସିବ ପ୍ରଥମ ରଥ ଯାତ୍ରାର ପ୍ରଥମ ସମନ୍ୱୟ ବୈଠକ। ଆର୍ଡିସି ସୁଧାଂଶୁ ସାମଲଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ବସିବ ବୈଠକ | ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଆକ୍ସନ ପ୍ଲାନ୍ ର ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ବିଷୟରେ ହେବ ଆଲୋଚନା | ରଥ ଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ରଥ ଯାତ୍ରା ରହିବ ପ୍ରାଥମିକତା | ଏହି ବୈଠକରେ ଆଇନ ବିଭାଗର ସଚିବ, ପୁଲିସ ବିଭାଗର ପ୍ରମୁଖ ଅଧିକାରୀ, ପ୍ରାଶାସନିକ ଅନ୍ୟ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ପ୍ରାଶାସନିକ କେତେକ ପ୍ରମୁଖ ଅଧିକାରୀ ମଧ୍ୟ ଯୋଗଦେବେ।
ତେବେ ଏଥର ରଥଯାତ୍ରାରେ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କଲେ ତ୍ରୁଟିଶୂନ୍ୟ ରଥଯାତ୍ରା ହେବ ବୋଲି କହିଛନ୍ତି ସେବାୟତ । ଅନ୍ୟପଟେ ପୁଲିସ-ଭକ୍ତ ଯୋଗାଯୋଗ ବୃଦ୍ଧି ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଲଇଡି ଲାଗିବ । ଏହାଦ୍ୱାରା ଜରୁରୀ ସୂଚନା ମିଳିବ | ସିସିଟିଭି ସର୍ଭେଲାନ୍ସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ।
ଏହାସହ ଫାଷ୍ଟଏଡ ଓ ଆମ୍ବୁଲାନ୍ସ ସେବା ପାଇଁ ଏସଓପି ଜାରି ହେବ | ଅନ୍ୟପଟେ ରଥଯାତ୍ରା ପୂର୍ବରୁ ପୁରୀକୁ ଅପରାଧମୁକ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।

