କୋଡୀଙ୍ଗା ମାଳି ର ବକ୍ସାଇଟ ୩ ରୁ ୬ ମିଲିଆନ ଟନ୍ ବୃଦ୍ଧି ଦାବୀ… ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର…
ଲକ୍ଷ୍ମୀପୁର 08/05 ….କୋଡୀଙ୍ଗା ମାଳି ର ବକ୍ସାଇଟ ୩ ରୁ ୬ ମିଲିଆନ ଟନ୍ ବୃଦ୍ଧି କରାଯିବା ସକାଶେ ରାଜ୍ୟ ସରକାର ଏକ ପ୍ରକାର ନିଷ୍ପତି ନେବାକୁ ଯାଉଥିବା ବେଳେ ଗୁରୁବାର ଦିନ ପାରିପାର୍ଶ୍ଵିକ ଅଞ୍ଚଳ ର କିଛି ଲୋକେ ଏହାକୁ ବିରୋଧ କରି ଓଏମସି ଅଫିସ ଘେରାଓ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ, ଦାବୀ ପତ୍ର ପ୍ରଦାନ ର ୨୪ ଘଣ୍ଟା ନପୂରୁଣୁ ଲକ୍ଷ୍ମୀପୁର,ଦଶମନ୍ତପୁର ଓ କାଶୀପୁର ବ୍ଲକର ପ୍ରାୟ ୪୦ ଖଣ୍ଡ ଗାଁ ର ହଜାର ହଜାର ଲୋକେ ୩ ମିଲିଆନ ଟନ ବକ୍ସାଇଟ ଖନନ ରୁ ୬ ମିଲିଆନ ଟନ ବୃଦ୍ଧି କରିବାକୁ ଦାବୀ କରି ସ୍ଥାନୀୟ ମିନି ଷ୍ଟାଡିଅମ ରୁ ଏକ ବିରାଟ ଶୋଭାଯାତ୍ରା କରି ଓଏମସି କାର୍ଯ୍ୟାଳୟରେ ପହଂଚି ଥିଲେ।ଶୋଭାଯାତ୍ରା ରେ ମୁତ୍ୟାଲୁମା ଟ୍ରକ ଓ ଟିପର ସଂଘ ର ମାଲିକ, କର୍ମଚାରୀ ସମେତ ପାରି ପାର୍ଶ୍ଵିକ ଅଞ୍ଚଳ ର ଲୋକେ ବିଭିନ୍ନ ପ୍ରକାର ପ୍ଳାଗ କାର୍ଡ ଧରି ଓଏମସି କାର୍ଯ୍ୟାଳୟ ରେ ପହଂଚି ଅତିରିକ୍ତ ମାଇନିଙ୍ଗ ମ୍ୟାନେଜର ସୁରେଶ ଚନ୍ଦ୍ର ସେଠି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଶୋଭଯାତ୍ରା ରେ ଦୀର୍ଘ ଆଠ ବର୍ଷ ଧରି ଅଞ୍ଚଳ ପାଇଁ କାରଖାନା ସକାଶେ ଦାବୀ କରି ଆସୁଥିବା କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ ର ଶତାଧିକ କର୍ମୀ ସାମିଲ ହୋଇ ତିନି ମିଲିଆନ ଟନ ରୁ ଛ ମିଲିଆନ ଟନ ବୃଦ୍ଧି କୁ ସମର୍ଥନ ଜଣାଇଥିଲେ..ଅଞ୍ଚଳ ରେ କାରଖାନା କେବେ ହେବ କିଛି ଗ୍ୟାରେଣ୍ଟି ନାହିଁ, କାରଖାନା ଆରମ୍ଭ ହୋଇଛି, କିନ୍ତୁ ନିଯୁକ୍ତି ନାହିଁ କି କିଛି ଠିକା କାମ ମଧ୍ୟ ନାହିଁ ତେଣୁ ବର୍ତ୍ତମାନ ଓଏମସି ଯେଉଁଭଳି ଭାବ ରେ ଅଞ୍ଚଳ ର ବିକାଶ କୁ ଦୃଷ୍ଟି ରେ ରଖି କାର୍ଯ୍ୟ ଗୁଡିକ ହାତକୁ ନେଇଛି ତାହାକୁ ଦୃଷ୍ଟି ରେ ରଖି ଛ ମିଲିଆନ କରିବା ଜରୁରୀ ବୋଲି କୋରାପୁଟ କଂଗ୍ରେସ ସାଂସଦ ପ୍ରତିନିଧି କୈଳାଶ ଖୋସଲା, କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ ର ଆବାହକ ପ୍ରଦୀପ ବାଘ, ବିଜେପି ନେତା ମନୋଜ ସାହୁ, ଟ୍ରକ ମାଲିକ ୟୁନିୟନ ସଭାପତି ଲକ୍ଷ୍ମୀ ନାରାୟଣ ସାହୁ,ଦୀପକ ଶତପଥି, ଅରୁଣ କୁମାର ଚେଟି ପ୍ରମୁଖ ପ୍ରକାଶ କରିଥିଲେ। ୧୦ ହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କ ଗହଳି ଯୋଗୁଁ ଲକ୍ଷ୍ମୀପୁର ବଜାର ଏକ ପ୍ରକାର ଯାମ ହୋଇଯାଇଥିଲା, ଗାଡି ମୋଟର ଯିବା ଆସିବା କରିବାରେ ଅସୁବିଧା ହୋଇଥିବା ବେଳେ ଏସଡ଼ି ପିଓ ମନୋଜ ବେହେରା, ଆଇଆଇସି ସୁଜ୍ଞାନୀ ସାହୁ ଉପସ୍ଥିତ ରହି ଓଡିଶା ସ୍ପେସିଆଲ ଷ୍ଟ୍ରାଇକିଙ୍ଗ ଫୋର୍ସ କୁ ନିୟୋଜିତ କରିବାକୁ ପଡିଥିଲା।ଓଏମ ସି କାର୍ଯ୍ୟାଳୟ ରେ ଦାବୀ ପତ୍ର ପ୍ରଦାନ କରିବା ପରେ ତହସିଲ କାର୍ଯ୍ୟାଳୟ ରେ ପହଂଚି ଅତିରିକ୍ତ ତହସିଲଦାର ମାଧବ ଚନ୍ଦ୍ର ଭତ୍ରା ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିବା ସହ ଯେଉଁ ମାନେ ଆସନ୍ତା ୧୬ ତାରିଖ ରେ ହେବାକୁ ଥିବା ଜନ ଶୁଣାଣି କୁ ଭଣ୍ଡୁର କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ତୁରନ୍ତ ଘରେ ଘରେ ପଶି ଗିରଫ କରିବାକୁ ପ୍ରଦୀପ ବାଘ ଦାବୀ କରିଥିଲେ।ଅନ୍ୟ ପକ୍ଷ ରେ ହାଇୱା ୟୁନିଅନ ତରଫରୁ ୬ ମିଲିଆନ ଖଣି ଖନନ ବେଲ୍ଟ କିମ୍ବା ଟ୍ରେନ ମାଧ୍ୟମରେ କରାନଯାଇ ଜାତୀୟ ରାଜପଥ ରେ ଯାହା ହେଲେ ମଧ୍ୟ ପରିବହନ କରିବାକୁ ଦାବୀ କରିଛନ୍ତି… ଗୋଟିଏ ପକ୍ଷ ସପକ୍ଷରେ ଓ ଅନ୍ୟ କିଛି ଗୋଷ୍ଠୀ ବିରୋଧୀ ରେ ରହିଥିବା ବେଳେ ଜନଶୁଣାଣୀ କେଉଁ ରୂପ ନେଉଛି ତାହା ୧୬ ତାରିଖରେ ଜଣା ପଡିବ…

