ସୁବଳୟା ଥାନା ଅଧିକାରୀ ଙ୍କୁ ଭେଟିଲେ ବରିଷ୍ଠ ନାଗରିକ ସଂଘ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ବରିଷ୍ଟ ନାଗରିକ ସଂଘ ତରଫରୁ ଏକ ପ୍ରତିନିଧି ଦଳ ନୂତନ ଥାନା ଅଧିକାରୀ ପଞ୍ଚାନନ ନାଏକ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ସଂଘର ସଭାପତି ଭୋଳାନାଥ କର୍ମୀ ଥାନାଧିକାରୀ ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରିଥିଲେ l ସାକ୍ଷାତ ଅବସରରେ ସଭାପତି ତାଙ୍କୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସମ୍ପର୍କରେ ଦୃଷ୍ଟି ଦେବେ ବୋଲି ଅନୁରୋଧ କରିଥିଲେ l ବରିଷ୍ଠ ନାଗରିକ ଯେତେବେଳେ ଚାହିଁବେ ମୋତେ ଭେଟି ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ କରି ପାରିବେ ଓ ମୂଁ ସବୁବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ଥାନାଧିକାରୀ ପ୍ରତିଶୃତି ଦେଇଥିଲେ l ଏହି ପ୍ରତିନିଧି ଦଳରେ ନାରାୟଣ ମିଶ୍ର, ନନ୍ଦ କିଶୋର ମିଶ୍ର, ଗୌରାଙ୍ଗ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ରମେଶ ମହାଣା, ଶ୍ରୀନିବାସ ମହାକୁର, ସୁରେନ୍ଦ୍ର ସାହୁ ଏବଂ ବିଜୟ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ l

