Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣମଣ୍ଡପ ଠାରେ ନୂତନ ଭାବରେ ରାଜ୍ୟ ସମ୍ପାଦକ ସମ୍ପାଦିକା ଭାବରେ ନିଯୁକ୍ତି ହୋଇଥିବା ବୀରମହାରାଜପୁର ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା ଓ ବୀରମହାରାଜପୁର ଜୋନ ୨ ଜ଼ିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଚନ୍ଦ୍ରକାନ୍ତି ଦନ୍ତା ଙ୍କୁ ବୀରମହାରାଜପୁର ମେଳଣ ପଡିଆରୁ ଏକ ବିରାଟ ଶୋଭାଯାତ୍ରା ରେ କଲ୍ୟାଣମଣ୍ଡପ କୁ ପାଛୋଟି ଆଣିଥିଲେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ l ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସରୋଜ କମ୍ପ. ଜିଲ୍ଲା ଯୁବ ସଭାପତି ଅଶୋକ କୁମାର ନନ୍ଦ . ବ୍ଲକ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି. ସମ୍ପାଦକ କିଶୋର ହୋତା. ଲଳିତମୋହନ ପାତ୍ର.ବ୍ଲକ ଯୁବ ସଭାପତି ସୁରୁନାରାୟଣ ମହାକୁର , ଶେଷଦେବ ବାରିକ , ବିଷସ୍ବତୀ ପଣ୍ଡା , ସଂଜୀବ ଦେହୁରୀ , ଆଲୋକ ଦେହୁରି , ପ୍ରଦୀପ ମିଶ୍ର. କୃତିବାସ ମିଶ୍ର , ଭଗବାନ କର୍ଣ୍ଣ , ଧିରେନ ପଣ୍ଡା ଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ଥିଲେ l ଆଗାମୀ ଏନ ଏ ସି. ଓ ପଞ୍ଚାୟତ ନିର୍ବାଚନ କିପରି ଭାବରେ ଦଳ ବିଜୟୀ ଲାଭ ହେବା ସହିତ ବିଜୁ ଜନତା ଦଳକୁ ତୃଣ ମୂଳ ସ୍ତରରୁ ସୁଦୃଢ ହୋଇପାରିବ ସମସ୍ତେ ଏକଜୁଟ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ଉପସ୍ଥିତ ନେତାଙ୍କ ଆହ୍ୱାନ କୁ କର୍ମୀମାନେ ପୂର୍ଣ୍ଣ ସମର୍ଥନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ