ପ୍ରଥମ ଲୁତୁରପଙ୍କ ପ୍ରିମିୟର ଲିଗ୍ କ୍ରିକେଟ, ଫାଇନାଲ ମ୍ୟାଚରେ ଘାତକ -11 ଚାମ୍ପିଆନ୍ ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ପ୍ରଥମ ଲୁତୁରପଙ୍କ ପ୍ରିମିଅର ଲିଗ୍ କ୍ରିକେଟ ର ଫାଇନାଲ ରେ ଫାଇଟର କ୍ଲବ କୁ ହରାଇ ଘାତକ -୧୧ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୯୧ ରନ କରିଥିଲା। ଜବାବରେ ଫାଇଟର କ୍ଲବ ୯.୩ ଓଭର ରେ ୨ ଉଇକେଟ ହରାଇ ଆବଶ୍ୟକୀୟ ୯୨ ରନ କରିଥିଲା । ଦ୍ୱିତୀୟ ଫର୍ମାଟ ରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭର ରେ ୨ ଉଇକେଟ ହରାଇ ୪୨ ରନ କରିଥିଲା। ଜବାବରେ ଫାଇଟର କ୍ଲବ ନିର୍ଦ୍ଧାରିତ ୪ ଓଭର ରେ ୪ ଉଇକେଟ ହରାଇ ମାତ୍ର ୧୧ ରନ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ସୁପର ଓଭର ଖେଳାଯାଇଥିଲା। ଏଥିରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ୧୯ ରନ କରିଥିବା ବେଳେ ଫାଇଟର କ୍ଲବ ମାତ୍ର ୨ ରନ କରିଥିଲା । ଫଳରେ ଘାତକ -୧୧ ଦଳ ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପୀତାମ୍ୱର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ଭାଜପା ସୁବଳୟା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ ଓ କ୍ରୀଡ଼ା ସଂଗଠକ ସୁଶିଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୁନୀଲ ପ୍ରଧାନ ଙ୍କୁ ଶ୍ରେଷ୍ଠ ଉଇକେଟ କିପର , ଆଶିଷ ଜଗଦଲା ଙ୍କୁ ଶ୍ରେଷ୍ଠ ବ୍ୟାଟର,କାହ୍ନା ପ୍ରଧାନ ଙ୍କୁ ଶ୍ରେଷ୍ଠ କ୍ୟାଚ,ଏବଂ ଭଞ୍ଜ କୁମାର ରାଏ ଙ୍କୁ ଶ୍ରେଷ୍ଠ ବୋଲର ,ମ୍ୟାନ ଅଫ ଫାଇନାଲ ଓ ମ୍ୟାନ ଅଫ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଏହା ସହିତ ଉଭୟ ଚାମ୍ପିଅନ ଓ ରନର ଅପ୍ ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ସୁରେଶ ବିଶି ଓ ସତ୍ୟଜିତ ମହାକୁର ପରିଚାଳନା କରିଥିବା ବେଳେ ବନ୍ଧନ ପ୍ରଧାନ ସ୍କୋରିଂ ଏବଂ ଅଶ୍ୱିନୀ ସାହୁ ,ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ।

