ବୁଦ୍ଧ ଉତ୍ସବ ରେ କବିତା ପାଠ ଓ କବି ସମ୍ମିଳନୀ l
ଅସ୍ତରଙ୍ଗ,, କାକଟପୁର ବ୍ଲକ ଅଧୀନ ଜମଧର୍ମ ଗ୍ରାମରେ ଅନୁଷ୍ଠିତ ହଉଥୀବା ବୁଦ୍ଧ ଉତ୍ସବ ର ଶେଷ ଦିନରେ ଏକ ରାଜ୍ୟ ସ୍ତରିୟ କବିତା ପାଠ ସହ କବି ଆମ୍ମିଳନୀ ଜମଧର୍ମ ହାଇସ୍କୁଲ ପରି ସରରେ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ବୌଦ୍ଧ ପୀଠ ବିକାଶ ପରିଷଦ ସଭାପତି ଆଇନଜୀବୀ ଶ୍ରୀ ହରେକୃଷ୍ଣ ସ୍ବାଇଁ l ଅତିଥି ଭାବେ ଥିଲେ ପାର୍ଥସାରଥି ପାଣିଗ୍ରାହୀ, ପ୍ରଫୁଲ କୁମାର ଷଡ଼ଙ୍ଗୀ, ବ୍ୟଙ୍ଗ କବି ସମ୍ପଦ ରଥ, ଶିକ୍ଷାବିତ ଚିତ୍ତ ରଞ୍ଜନ ବିଶ୍ୱାଳ, ପ୍ରବୀଣ ସୁବୁଦ୍ଧି, ଓ ସ୍ୱର୍ଣଳତା ତ୍ରିପାଠୀ, ଦିଲ୍ଲୀପ କୁମର ସାହୁ ଭଞ୍ଜ କିଶୋର ମହାନ୍ତି ପ୍ରମୁଖ l ଅତିଥି ଗଣ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କୁ କିପରି ପ୍ରଚାର ଓ ପ୍ରଶାର କରାଯିବ ସେ ବିଷୟ ରେ ମତ ଦେବା ସହ ବୌଦ୍ଧ ବିକାଶ ପରିଷଦ, ଚାରି ଗାଁ ତରଫରୁ ହେଉଥିବା ଏହିଭଳି ମହତ କାର୍ଯ୍ୟକ୍ରମ କୁ ଭୂୟସି ପ୍ରଂଶଷା କରିଥିଲେ l ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟିତ୍ରୀ ମାନେ ତାଙ୍କର ସ୍ୱ ରଚିତ କବିତା ମାନ ପାଠ କରିଥିବା ବେଳେ,ମାମିନା ଦାସ ଙ୍କ ନେତୃତ୍ୱ ରେ ବ୍ରହ୍ମଗିରି ରୁ ଆସିଥିବା ପତିତ ପାବନ ସଂକୀର୍ତ୍ତନ ମଣ୍ଡଳି ଙ୍କ ଭଜନ କୀର୍ତ୍ତନ ବେଶ ମନ ମୁଗ୍ଧ କର ତଥା ହୃଦୟ ସ୍ପରସି ହୋଇଥିଲା l ସଂଗଠନ ର ସମ୍ପାଦକ ମଙ୍ଗରାଜ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, କବିତା ପାଠ କୁ ସଂଯୋଜନା କରିଥିଲେ ଶିକ୍ଷକ ହୃଦାନନ୍ଦ ଶାସମଲ ଓ ମନୋଜ କୁମାର ନାୟକ l ଅସ୍ତରଙ୍ଗ ଓ କାକଟପୁର ବ୍ଲକ ସମେତ ବାହାର ଜିଲାରୁ ଆସିଥିବା ୪୦ ଜଣ କବି କବୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l

