Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେହେର ଶିବ ଦୋକାନରୁ ପଛ ପଟ କାନ୍ଥ କଣା କରି (ସିନ୍ଧି) ଲକ୍ଷାଧିକ ଟଙ୍କା ମୂଲ୍ଯର ମୋବାଇଲ ଚୋରି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବଜାର ଦୋଳ ମଣ୍ଡପ ସମ୍ମୁଖ ରେ ଥିବା ଶିବ ମୋବାଇଲ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଚୋରମାନେ ଦୋକାନର ପଛ ପଟ କାନ୍ଥ କଣା କରି (ସିନ୍ଧି କରି) ଚୋରୀ କରିଥିବା ଜଣାପଡିଛି । ଚାଲାକ ଚୋର ଦୋକାନ ଭିତରକୁ ପ୍ରବେଶ କରି ପ୍ରଥମେ ସିସି ଟିଭିର ସଂଯୋଗ ବିଚ୍ଛିନ୍ନ କରୁଥିବା ସିସି ଟିଭିରୁ ଜଣାପଡୁଛି । ଚୋର ଏହି ସମୟରେ ଏକ କଳା ରଙ୍ଗର ଛତା ବ୍ୟବହାର କରିବା ସହ ମୁହଁରେ ମାକ୍ସ ଲଗେଇଥିବା ସିସି ଟିଭି ଫୁଟେଜରୁ ଜଣାଯାଇଛି । ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ୪୭ଟି ଦାମୀ ମୋବାଇଲ ଓ ନଗଦ ପ୍ରାୟ ୮ ହଜାର ଟଙ୍କା ଚୋରି ହୋଇଥିବା ନେଇ ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ରବିବାର ସକାଳେ ଦୋକାନ ମାଲିକ ଦୋକାନ ଖୋଲିବା ପରେ ଦୋକାନରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଖବର ପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ତଦନ୍ତ କରୁଛି । ଏ ନେଇ ଥାନାରେ ଏକ ମାମଲା (୧୧୪/୨୬) ରୁଜୁ ହୋଇଛି । ଏହି ଘଟଣାରେ କେତେଜଣ ଚୋର ସମ୍ପୃକ୍ତ, ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ତଦନ୍ତ ଜାରି ରହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ