Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋବିନ୍ଦପୁର ରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଯିବାକୁ ପଡୁଛି ଦୁଇ କିଲୋମିଟର ବାଟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ୫ ବର୍ଷ ରୁ ଉର୍ଦ୍ଧ୍ଵ ହେବ ପିଇବା ପାଣିର ସମସ୍ୟା ‌ଲାଗି ରହିଛି। ୨୦୧୭ ମସିହାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଗି ଟାଙ୍କି ନିର୍ମାଣ ସହ ପାଇପ ଖଞ୍ଜାଯାଇ ଷ୍ଟାଣ୍ଡପାଷ୍ଟ ମାଧ୍ୟମରେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ ରେ ଗ୍ରାମବାସୀ ଙ୍କୁ ପାଣି ଯୋଗାଇ ଦିଆଯାଇଥିଲା । ତେବେ ନିର୍ମାଣ ସମୟରେ ଠିକାଦାର ଓ ଜେଇଙ୍କ ସଲାସୁତୁରାରେ ତଥା ନିମ୍ନ ମାନର ଯନ୍ତ୍ରାଂଶ ଯୋଗୁଁ ଓ ପ୍ରଶାସନ ର ଦୂରଦୃଷ୍ଟି ଆଭାବ ଯୋଗୁଁ ଏହି ପ୍ରକଳ୍ପ ୬ ମାସ ମଧ୍ୟରେ ବନ୍ଦ ହୋଇ ଗଲା l ଦୀର୍ଘ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପ ଟି ଚାଲି ନ ପାରି ବନ୍ଦ ରହିଛି।‌ ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ହେଲା ପଞ୍ଚାୟତ କର୍ତ୍ତୁପକ୍ଷ ଙ୍କଠାରୁ ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ବାରମ୍ବାର ଦାବି ସତ୍ତ୍ୱେ କୈାଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଅଭିଯୋଗ କଲେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଅନୂରୂପ ଭାବେ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଏବଂ ପାଇପ ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି।‌ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବର୍ଷବର୍ଷ ବିତିଗଲେ ମଧ୍ୟ ଲୋକଙ୍କ ସେବାରେ ଲାଗି ପାରୁନାହିଁ । ଗ୍ରାମର ମହିଳା ଓ ପୁରୁଷ ମାନେ ଦୁଇ କିମି ଦୂର ଟିକରାପଡା ଗ୍ରାମ ଠାରୁ ପିଇବା ପାଣି ଦୟନୀୟ ଅବସ୍ଥାରେ ପ୍ରତିଦିନ ସକାଳ ଓ ସଞ୍ଜ ସମୟରେ ଆଣୁଥିବା ଦେଖିବାକୁ ମିଳିଛି। ଏନେଇ ଆରଡବ୍ଳୁଏସଏସ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ। ପ୍ରବଳ ରୌଦ୍ରତାପ ଯୋଗୁଁ ଆଗକୁ ପାନୀୟ ଜଳ ସଙ୍କଟ ଆହୁରି ଜଟିଳ ହେବା ଆଶଙ୍କା ଦେଖାଦେଲାଣି। ପାଣି ଟୋପାଏ ପାଇଁ ଡହ କବିକଳ ହେଉଥିବା ଗ୍ରାମବାସୀ ଙ୍କ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।